ଓଡ଼ିଶା

ବିଜେପୁର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ ୧୮ ବର୍ଷରେ ବିଫଳ ହୋଇଥିବା ସରକାରର ମିଥ୍ୟା ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭୋଟର ମାନଙ୍କୁ ଆହ୍ୱାନ କଲେ ଧର୍ମେନ୍ଦ୍ର ପ୍ରଧାନ

– ଘରକୁ ପିଇବା ପାଣି ନାହିଁ, ଚାଷ ବିଲକୁ ପାଣି ନାହିଁ, ସ୍କୁଲରେ ଶିକ୍ଷକ ନାହାନ୍ତି ଓ ଡାକ୍ତରଖାନା ଗୁଡିକ ଡାକ୍ତରଶୂନ୍ୟ ହୋଇ ରହିଛି
– ଏବେ ବିଜେଡିକୁ କଣ କରିଛନ୍ତି ତାର ହିସାବ ଦେବାକୁ ପଡିବ କିନ୍ତୁ କଣ କରିବେ ବୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଲୋକଙ୍କୁ ଭଣ୍ଡେଇବା ପାଇଁ ଚେଷ୍ଟା କରୁଛି ବିଜେଡି
– ଗତ ତିନୋଟି ନିର୍ବାଚନରେ ବିଜେପୁରବାସୀ ନବୀନ ପଟ୍ଟନାୟକଙ୍କ ଉପରେ ଅନାସ୍ଥା ବ୍ୟକ୍ତ କରିଛନ୍ତି, ଏଥର ବିଜେପିର ବିଜୟ ସୁନିଶ୍ଚିତ ବିଜେପୁର
ଭୁବନେଶ୍ୱର, ୧୧ ଫେବୃଆରୀ (ଓଡ଼ିଆ ପୁଅ) – ବିଜେପୁର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରି ୧୮ ବର୍ଷରେ ବିଫଳ ହୋଇଥିବା ସରକାରର ମିଥ୍ୟା ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଭୋଟର ମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରବିବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଶଟି ସାଧାରଣ ସଭା ଓ ରୋଡ ସୋ ରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ୧୮ ବର୍ଷ ଶାସନ କରିବା ପରେ ବି ବର୍ଷ ତମାମ ଶୁଦ୍ଧ ପାନୀୟ ଜଳକୁ ଲୋକଙ୍କ ଘରେ ପହଂଚାଇ ପାରିଲା ନାହିଁ। ଚଷା, ଚାଷୀର ଅଂଚଳ ବରଗଡ ଜିଲ୍ଲା ଓ ବିଜେପୁରରେ ଜଳ ସେଚନର ଉନ୍ନତି ହୋଇ ପାରିଲା ନାହିଁ। ଏଠି ସ୍କୁଲରେ ଶିକ୍ଷକ ନାହାନ୍ତି ଓ ଡାକ୍ତରଖାନା ଗୁଡିକ ଡାକ୍ତରଶୂନ୍ୟ ହୋଇ ରହିଛି। ଯାହା ୧୮ ବର୍ଷରେ ହୋଇ ନାହିଁ ଏବେ ଆଉ ବର୍ଷେ ପରେ ଆଉ ଥରେ ନିର୍ବାଚନ ହେବ। ଏବେ ବିଜେଡିକୁ କଣ କରିଛନ୍ତି ତାର ହିସାବ ଦେବାକୁ ପଡିବ କିନ୍ତୁ କଣ କରିବେ ବୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଲୋକଙ୍କୁ ଭଣ୍ଡେଇବା ପାଇଁ ସରକାରୀ ଦଳ ଚେଷ୍ଟା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ତିନିଟି ନିର୍ବାଚନରେ ବିଜେପୁରବାସୀ ନବୀନ ପଟ୍ଟନାୟକଙ୍କ ଉପରେ ଅନାସ୍ଥା ପ୍ରକଟ କରିଥିଲେ। ଗତ ନିର୍ବାଚନରେ ପଶ୍ଚିମ ଓଡିଶାର ଟାଣୁଆ ନେତା କୁହା ଯାଉଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ମଧ୍ୟ ବିଜେପୁରବାସୀ ଅନାସ୍ଥା ପ୍ରକଟ କରିଥିଲୋ ବିଜେପୁରର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ପ୍ରଜାତନ୍ତ୍ରରେ ଯିଏ ଯାହା ଚାହିଁଲା ତାହା କରି ପାରିବ। ମାତ୍ର ବିଜେପୁରବାସୀ ନବୀନ ପଟ୍ଟନାୟକଙ୍କ ଉପରେ ପୁଣି ଅନାସ୍ଥା ବ୍ୟକ୍ତ କରିବା ପାଇଁ ପ୍ରସ୍ତୁତ ହୋଇ ବସିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ପଟ୍ଟନାୟକ ଓଡିଶାର ଖଣି ଖାଦାନକୁ ଶିଳ୍ପପତି ମାନଙ୍କୁ ଟେକି ଦେଇଛନ୍ତି। କୋର୍ଟ କହିଲା ପରେ ବି ଜରିମାନା ଆଦାୟ କରୁ ନାହାନ୍ତି। ମାତ୍ର ବରଗଡ ଜିଲ୍ଲା ଆସି ଧାନ ଉପରେ ୧୦୦ ଟଙ୍କା ବୋନସ ଦେବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରି ନାହାନ୍ତି। ଅପର ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଧାନର ଉତ୍ପାଦନ ମୂଲ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ମୋଦୀ ଗରୀବ ଘରର ପୁଅ ହୋଇଥିବା କାରଣରୁ ଦେଶର ଦଶ କୋଟି ପରିବାରର ୫୦ କୋଟି ଲୋକଙ୍କ ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିଛନ୍ତି। ଉଜ୍ୱଳା ଯୋଜନାରେ ମା – ମାଉସୀଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଓ ଘରେ ଘରେ ପାଇଖାନା ବ୍ୟବସ୍ଥା କରୁଛନ୍ତି। ସାଢେ ତିନି ବର୍ଷର ମୋଦି ସରକାର ଏତେ କାମ କଲା ବେଳେ ନବୀନ ପଟ୍ଟନାୟକ କାମ ନ କରି କେବଳ ଲଲିପପ ଦେଖଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଗୁଦେରପାଲୀ, ଭଟିଗାଁ, ବାଦିପାଲୀ, କାନପୁରୀ, ତାଲପଦର, ଏମ.ଶ୍ରୀଗିଡା, ବାନ୍ଦୁପାଲୀ, ବରମୁଣ୍ଡା, ଜାରିଙ୍ଗ ଓ ମାନପୁର ଆଦି ସ୍ଥାନରେ ସାଧାରଣ ସଭା ମାନଙ୍କରେ ଯୋଗ ଦେବା ସହ ଲୋକ ମାନଙ୍କ ସହ ସିଧା ସିଧା କଥାବାର୍ତ୍ତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top