ଓଡ଼ିଶା

ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ଆସନ୍ତା କାଲି ୯ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ : ବିଜେପି

ଭୁବନେଶ୍ୱର, ତା ୦୮/୦୧ (ଓଡ଼ିଆ ପୁଅ) : ସେହିପରି ଗତକାଲି ବିଜେପୁରରେ ଉପନିର୍ବାଚନ ପୂର୍ବରୁ ହିଂସା ଦେଖିବାକୁ ମିଳିଛି। ଶାସକ ବିଜେଡି ରକ୍ତମୁଖା ସାଜି ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ କରିଛି। ଶାସକ ବିଜେଡିର ଏଭଳି ଅମାନବୀୟ ଘଟଣାକୁ ବିଜେପି ନିନ୍ଦା କରିଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ପାରାଦୀପ ଠାରୁ ଆରମ୍ଭ କରି ବରଗଡ,  ମନମୁଣ୍ଡ,  ପିପିଲି,  ଭୁବନେଶ୍ୱର,  କେନ୍ଦ୍ରାପଡା,  ଗଂଜାମ,  ରାୟଗଡା ଓ ଗତକାଲି ବିଜେପୁରରେ ନିର୍ବାଚନ ଘୋଷଣା ପୂର୍ବରୁ ଆତଙ୍କିତ ହୋଇ ଶାସକ ବିଜେଡି ତାଙ୍କର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁଳି ଦ୍ୱାରା ବିଜେପି ନେତାଙ୍କ ଘରକୁ ଆକ୍ରମଣ କରିବା ଘଟଣାକୁ ବିଜେପି ନିିନ୍ଦା କରିଛି। ଗତ ସାଢେ ୩ ବର୍ଷ ଭିତରେ ୧୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି। ବିଜେଡିର ଇଙ୍ଗିତରେ ପୋଲିସ ସରକାରୀ ଗୁଣ୍ଡା ସାଜିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାରା ରାଜ୍ୟରେ ଆତଙ୍କରାଜ କରୁଛି। ପୋଲିସର ଅସହାୟତାରୁ ଜଣାପଡୁଛି କି ପ୍ରତି ମୁହର୍ତରେ ଟିକିନିଖି ନିର୍ଦ୍ଦେଶ ତୃତୀୟ ମହଳାରୁ ହେଉଛି। ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭଳି ବିଜେପିର ଭରସା ତୁଟି ଯାଉଥିବା କାରଣରୁ ଆସନ୍ତାକାଲି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ବିଜେପି ପ୍ରତିବାଦ କରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top