ଓଡ଼ିଶା

ବିଜେପୁର ଉପ ନିର୍ବାଚନ ପ୍ରଚାର ପାଇଁ ଆସନ୍ତା ୧୩ ତାରିଖରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର

ଭୁବନେଶ୍ୱର, ତା, ୧୧/୦୨(ଓଡ଼ିଆ ପୁଅ): କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର ଆସନ୍ତା ୧୩ ତାରିଖ (ମଙ୍ଗଳବାର) ଦିନ ଓଡିଶା ଗସ୍ତରେ ଆସି ବିଜେପୁର ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଶ୍ରୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ପ୍ରଚାର କରିବେ। ଶ୍ରୀ ଗଙ୍ଗୱାର ୧୩ ତାରିଖ ଅପରାହ୍ନ ୧୦ଟାରେ ବରପାଲି ବ୍ଲକ ଅନ୍ତର୍ଗତ ବନ୍ଧପାଲିଠାରେ, ଅପରାହ୍ନ ୧୧ଟାରେ ବିଜେପୁର ବ୍ଲକ ଅନ୍ତର୍ଗତ ଜାଲ୍ପାଲିଠାରେ, ମଧ୍ୟାହ୍ନ ୧୨ଟାରେ ବିଜେପୁର ବ୍ଲକ ଅନ୍ତର୍ଗତ ବଇରଗ୍ପାଲିଠାରେ, ଅପରାହ୍ନ ୧ଟାରେ ବରପାଲି (ମେହେରପଡା)ଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନୀ ସଭାରେ ଯୋଗ ଦେଇ ଉପସ୍ଥିତ ଅଂଚଳବାସୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top