ବିଜେପୁର ଉପ ନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି – ଧର୍ମେନ୍ଦ୍ର ପ୍ରଧାନ

– ବିଜୟ ପାଇଁ ରୀତା ସାହୁଙ୍କୁ ଅଭିନନ୍ଦନ
– କଂଗ୍ରେସ ଦଳ ସମୂଳେ ବିଜୁ ଜନତା ଦଳ ସହ ଏକ ଅହେତୁକ ଓ ଅଦୃଶ୍ୟ ବୁଝାମଣା ଥିବା ସମ୍ପର୍କରେ ବିଜେପି ଯେଉଁ ଅଭିଯୋଗ କରୁଥିଲା ଏହି ନିର୍ବାଚନ ଫଳାଫଳ ତାକୁ ପ୍ରମାଣିତ କରୁଛି
– ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ବିଜେପି ତାର ଅଭିମତକୁ ବିଜେପୁରର ଜନସାଧାରଣକୁ ସଠିକ ଭାବେ ବୁଝାଇବାରେ ସଫଳ ହୋଇ ପାରି ନାହିଁ
– କଂଗ୍ରେସ ରାଜ୍ୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ଯିବାର ବାର୍ତ୍ତା ଏହି ନିବ ର୍।ଚନରେ ମତଦାତା ମାନେ ଦେଇଛନ୍ତି – ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହିସାବରେ ଆହୁରି ମୁଖର ଭାବେ ଜନ ସମସ୍ୟାକୁ ନେଇ ବିଜେପି କାମ କରିବ
– ଏହି ପରାଜୟକୁ ନେଇ ଦଳ ଆତ୍ମ ସମୀକ୍ଷା କରିବ ଓ ଶିକ୍ଷା ଗ୍ରହଣ କରିବ, ଏହା ୨୦୧୯ ନିବା ର୍ଚନ ପାଇଁ ସହାୟକ ହେବ

ନୂଆଦିଲ୍ଲୀ ଭୁବନେଶ୍ୱର, ୨୮ ଫେବୃଆରୀ (ଓଡ଼ିଆ ପୁଅ) – ବିଜେପୁର ଉପ ନିର୍ବାଚନର ଜନାଦେଶକୁ ବିଜେପି ନମ୍ରତାର ସହ ସ୍ୱୀକାର କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ତାଙ୍କର ବିଜୟ ପାଇଁ ସାଧୁବାଦ ଜଣାଇବା ସହ କଂଗ୍ରେସ ଦଳ ସମୂଳେ ବିଜୁ ଜନତା ଦଳ ସହ ଏକ ଅହେତୁକ ଓ ଅଦୃଶ୍ୟ ବୁଝାମଣା ଥିବା ସମ୍ପର୍କରେ ବିଜେପି ଯେଉଁ ଅଭିଯୋଗ କରୁଥିଲା ଏହି ନିର୍ବାଚନ ଫଳାଫଳ ତାକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ସମ୍ପର୍କରେ ବିଜେପି ତାର ଅଭିମତକୁ ବିଜେପୁରର ଜନସାଧାରଣକୁ ସଠିକ ଭାବେ ବୁଝାଇବାରେ ସଫଳ ହୋଇ ପାରି ନାହିଁ ବୋଲି ଶ୍ରୀ ପ୍ରଧାନ ସ୍ୱୀକାର କରିଛନ୍ତି। କଂଗ୍ରେସ ରାଜ୍ୟ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ଯିବାର ବାର୍ତ୍ତା ଏହି ନିର୍ବାଚନରେ ମତଦାତା ମାନେ ଦେଇଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହିସାବରେ ଆହୁରି ମୁଖର ଭାବେ ଜନ ସମସ୍ୟାକୁ ନେଇ ବିଜେପି କାମ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପୂର୍ବାପେକ୍ଷା ଅଧିକ ଭୋଟ ପାଇଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ବିଜେପୁର ଉପ ନିର୍ବାଚନରେ ଏହି ପରାଜୟକୁ ନେଇ ବିଜେପି ଆତ୍ମ ସମୀକ୍ଷା କରିବ। ଏଥିରୁ ଦଳ ଶିକ୍ଷା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହା ୨୦୧୯ ନିର୍ବାଚନ ପାଇଁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *