ବିଜେପୁର ଉପ-ନିର୍ବାଚନରେ ଉତ୍କଳ ଭାରତ ନିର୍ବାଚନ ଲଢ଼ିବ:ଖାରବେଳ ସ୍ୱାଇଁ

ବରଗଡ, ତା.୨୭.୧୦(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର): ବିଜେପୁର ଉପ-ନିର୍ବାଚନ ପରିପେକ୍ଷିରେ ବିଜେପୁର ରେ ଉତ୍କଳ ଭାରତ ଦଳ ତାର ପ୍ରାର୍ଥି ଘୋଷଣା କରିଛି। ଓଡ଼ିଶାରେ ବିକଳ୍ପ ରାଜନିତୀ ଜରୁରୀ, ଏଣୁ ଅନ୍ୟକେହି ବିକଳ୍ପ ନଥିବା ଦର୍ଶାଇ ନିଜ ଦଳର ପ୍ରମୂଖ ଭୂମିକା ଉପରେ ଆଲେକପାତ କରିଥିଲେ। ଉତ୍କଳ ଭାରତ ର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ବିଭିନ୍ନ ପ୍ରଚାର କମିଟି ଗଠନ କରିବା ସହ ବିଧାନସଭା କ୍ଷେତ୍ର ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ଭଗବାନ ମେହେରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଭୀମସେନ ଚିରଗୁଣ, ଉପ-ସଭାପତି, ନିତ୍ୟାନନ୍ଦ ମହାନନ୍ଦ ସାଧାରଣ ସମ୍ପାଦକ ଓ ରବି ମେହେର ଓ ବିରେନ୍ଦ୍ର ପଟେଲଙ୍କୁ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ପ୍ରଚାର କମିଟିରେ ବିଜେପୁର ବ୍ଲକ ପାଇଁ ବସନ୍ତ କୁମାର ସାହୁ, ଗାଇସିଲାଟ ଓ ବରପାଲି ବ୍ଲକ ପାଇଁ ଯୋଗେଶ ମେହେରଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଦଳର ରାଜ୍ୟ ସଂପାଦକ ଜେହେରୁ ଖାଁ ଓ ରାଜ୍ୟ ଯୁବ ସଭାପତି ଜଗଦୀଶ ପଧାନ ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *