ଓଡ଼ିଶା

ବିଜେପୁର ଉପ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପାଂଚ ଅଧିକାରୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଭି.କେ ପାଣ୍ଡିଆନ ବଛା ବଛା ଶହେ ଜଣ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ସେମାନଙ୍କୁ ଛୁଟି ଦେଇ ବିଜେପୁର ବିଜେଡି ପ୍ରଚାର ପାଇଁ ପଠାଇବା ଅଭିଯୋଗ
– ଭି. କେ ପାଣ୍ଡିଆନଙ୍କ ଛଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଡି.ଏସ. କୁଟ୍ଟେ, ରୂପା ରୋସନ ସାହୁ, ଗୋପବନ୍ଧୁ ଦାସ, ଓ ପ୍ରଦୀପ୍ତ ମହାପାତ୍ରଙ୍କ ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବା ଅଭିଯୋଗ
– ନିର୍ବାଚନ ସରିବା ଯାଏ ଏହି ପାଂଚ ଅଧିକାରୀଙ୍କ ଗତିବିଧି ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଦାବି
– ଏହି ଅଧିକାରୀ ମାନଙ୍କର ଫୋନ କଲ, ଏସଏମସ. ହ୍ୱାଟ୍ସଆପ ଓ ଟେଲିଗ୍ରାମ ଉପରେ ମଧ୍ୟ ନଜର ରଖିବାକୁ ଦାବି
– ବିଜେଡିର ସବୁ ନେତା, କର୍ମୀଙ୍କୁ ମଧ୍ୟ ସଂଧ୍ୟା ସୁଦ୍ଧା ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ସୁନିଶ୍ଚିତ କରୁ ନିର୍ବାଚନ କମିଶନ
– ବିଜେପୁର ଉପ ନିର୍ବାଚନରେ ରାଜନୈତିକ ଲଢେଇ ନୁହେଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ସହ ବିଜେପିକୁ ଲଢେଇ କରିବାକୁ ପଡୁଛି
– ବରଗଡ ଜିଲ୍ଲାର ବିବାଦିତ ଓ ଅପରାଧିକ ପୃଷ୍ଠଭୂମି ରଖୁଥିବା ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର ମନ୍ତ୍ରୀ ସୁଶାନ୍ତ ସିଂହ ଜିଲ୍ଲାର ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି
– ପଡା ଗାଁରେ ବିଜେପି ଯୁବକର୍ମୀଙ୍କ ଘରେ ଗୁଳି ମାଡ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ସୁଶାନ୍ତ ଭୋଇଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂହ ବିଜେଡି କାର୍ଯ୍ୟକ୍ରମରେ ଏକାଠି ଥିବାର ଫଟୋ ମନ୍ତ୍ରୀଙ୍କ ଅପରାଧିକ ଚରିତ୍ରକୁ ସ୍ପଷ୍ଟ କରୁଛି
– ସୁଶାନ୍ତ ସିଂହଙ୍କ ଭଳି ଜଣେ ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରୁ ତଡିପାର କରି ତାଙ୍କ ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଦାବି – ବିଜେପୁରର ବିକାଶର କଥା ମୁଖ୍ୟମନ୍ତ୍ରୀ ନିଜେ ବୁଝିବେ ବୋଲି ଦେଇଥିବା ବକ୍ତବ୍ୟକୁ କଟାକ୍ଷ
– ପୂର୍ବରୁ ନବୀନ ବାବୁ ବିଜେପୁରର କାମ ଉପରେ ନଜର ରଖୁ ନ ଥିଲେ କାହିଁକି ବୋଲି ପ୍ରଶ୍ନ ବିଜେପୁର
ଭୁବନେଶ୍ୱର, ୨୨ ଫେବୃଆରୀ (ଓଡ଼ିଆ ) – ବିଜେପୁର ଉପ ନିର୍ବାଚନକୁ ପୋଲିସ ଓ ପ୍ରଶାସନିକ କଳକୁ ଲଗାଇ ପ୍ରଭାବିତ କରିବା ନେଇ ଶାସକ ବିଜୁ ଜନତା ଦଳ ଉପରେ ସଂଗୀନ ଅଭିଯୋଗ ଲଗାଇବା ସହ ମୁକ୍ତ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିଶନକୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରୁ ଫେରିବା ପରେ ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବଛା ବଛା ଶହେ ଜଣ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ସେମାନଙ୍କୁ ଛୁଟି ଦେଇ ବିଜେପୁର ନିର୍ବାଚନରେ ବିଜେଡି ପାଇଁ କାମ କରିବାକୁ ପଠାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପାଂଚ ଅଧିକାରୀ ଭି. କେ ପାଣ୍ଡିଆନ, ଡି.ଏସ. କୁଟ୍ଟେ, ରୂପା ରୋସନ ସାହୁ, ଗୋପବନ୍ଧୁ ଦାସ, ଓ ପ୍ରଦୀପ୍ତ ମହାପାତ୍ରଙ୍କ ନାମ ନେବା ସହ ନିର୍ବାଚନ ସରିବା ଯାଏ ଏମାନଙ୍କର ଗତିବିଧି ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଦାବି କରିଛନ୍ତି। ଏହା ସହ ସେମାନଙ୍କର ଫୋନ କଲ, ଏସଏମସ. ହ୍ୱାଟ୍ସଆପ ଓ ଟେଲିଗ୍ରାମ ଉପରେ ମଧ୍ୟ ନଜର ରଖିବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଣତାନ୍ତ୍ରିକ ନିର୍ବାଚନରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଅପେକ୍ଷା କରା ଗଲା ବେଳେ ବିଜେପୁର ଉପ ନିର୍ବାଚନରେ ବିଜେଡି ବଦଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ସହ ବିଜେପିକୁ ଲଢେଇ କରିବାକୁ ପଡୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିବାଦିତ ଏସଡିପିଓଙ୍କୁ ଦଳୀୟ କାର୍ଯ୍ୟ ପାଇଁ ଚାକିରୀରୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେ ଏବେ ବି ଜିଲ୍ଲାରେ ଉପସ୍ଥିତ ଥିବାରୁ ତାଙ୍କୁ ଜିଲ୍ଲାରୁ ତଡିପାର କରିବାକୁ ସେ ଦାବି କରିଛନ୍ତି। ବିଜେପି ତରଫରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲା ବାହାରର ସମସ୍ତ ଦଳୀୟ ନେତା ଓ କର୍ମକର୍ତା ଗୁରୁବାର ସଂଧ୍ୟା ସୁଦ୍ଧା ବିଜେପୁର ଛାଡି ଦେବା ପାଇଁ ଆଶ୍ୱସ୍ତ କରିଥିବାବେଳେ ଶାସକ ବିଜେଡିର ସବୁ ନେତା, କର୍ମୀଙ୍କୁ ମଧ୍ୟ ସଂଧ୍ୟା ସୁଦ୍ଧା ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ସୁନିଶ୍ଚିତ କରିବାକୁ ତାଙ୍କ ଦଳ ଜିଲ୍ଲା ପ୍ରଶାସନକୁ ଦାବି କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠିକାର ଜିଲ୍ଲାର ବିବାଦିତ ଓ ଅପରାଧିକ ପୃଷ୍ଠଭୂମି ରଖୁଥିବା ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର ମନ୍ତ୍ରୀ ସୁଶାନ୍ତ ସିଂହ ଜିଲ୍ଲାର ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି। ଶ୍ରୀ ପ୍ରଧାନ ପଡା ଗାଁରେ ବିଜେପି ଯୁବକର୍ମୀଙ୍କ ଘରେ ଗୁଳି ମାଡ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ସୁଶାନ୍ତ ଭୋଇଙ୍କ ସହ ମନ୍ତ୍ରୀ ସୁଶାନ୍ତ ସିଂହ ବିଜେଡି କାର୍ଯ୍ୟକ୍ରମରେ ଏକାଠି ଥିବାର ଫଟୋ ଏହି ସାମ୍ବାଦିକ ସମ୍ମିଳନୀରେ ଦେଖାଇଛନ୍ତି। ସୁଶାନ୍ତ ସିଂହଙ୍କ ଭଳି ଜଣେ ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରୁ ତଡିପାର କରି ତାଙ୍କ ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ଦାବି କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଗଣତନ୍ତ୍ରରେ ବାଦ ବିବାଦ, ସହମତି- ଅସହମତିକୁ ସ୍ୱୀକାର କରାଯିବା ଉଚିତ। ମାତ୍ର ଗୁଳି ଗୋଳା ଆତଙ୍କରାଜ ଓ ଜଘନ୍ୟ ଅପରାଧକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ ନିର୍ବାଚନ ପ୍ରଚାରରେ ଆସି ବର୍ଷେ ପାଇଁ ଶ୍ରୀମତୀ ରୀତା ସାହୁଙ୍କୁ ସୁଯୋଗ ଦେବାକୁ କହିଛନ୍ତି। ବର୍ଷେ ପରେ ରୀତା ସାହୁଙ୍କ ବଦଳରେ ସୁଶାନ୍ତ ସିଂହ ନା ତାଙ୍କ ଭାଇଙ୍କୁ ବିଜେପୁରରୁ ପ୍ରାର୍ଥୀ କରି ଗୁଣ୍ଡାରାଜ ଓ ଆତଙ୍କବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି, ଏହା ସ୍ପଷ୍ଟ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ସଭାରେ ଏଣିକି ସେ ବିଜେପୁରର ବିକାଶର କଥା ନିଜେ ବୁଝିବେ ବୋଲି ଦେଇଥିବା ବକ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପ୍ରଧାନ। ପୂର୍ବରୁ ନବୀନ ବାବୁ ବିଜେପୁରର କାମ ଉପରେ ନଜର ରଖୁ ନ ଥିଲେ ବୋଲି ସେ ସ୍ୱୀକାର କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ୧୮ ବର୍ଷର ଶାସନ ପରେ ବି ମା- ଭଉଣୀଙ୍କ ପାଖରେ ପାନୀୟ ଜଳ ପହଂଚି ନାହିଁ। ଚାଷୀର ବିଲକୁ ଜଳସେଚନ ନାହିଁ। ସ୍କୁଲରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ବିଜୁଳି ନାହିଁ। ସ୍ଥାନୀୟ ଯୁବକ ତାମିଲନାଡୁକୁ କାମ ଖୋଜିବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ ବିଜେପୁରର ଲୋକ ମାନେ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜୟଯୁକ୍ତ କରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top