Home ଓଡ଼ିଶା ବିଜେପୁର ଉପନିର୍ବାଚନ ଆଗରୁ ହିଂସାକାଣ୍ଡ

ବିଜେପୁର ଉପନିର୍ବାଚନ ଆଗରୁ ହିଂସାକାଣ୍ଡ

143

ବରଗଡ଼,୨୮/୦୯,(ଓଡ଼ିଆ ପୁଅ ପି ନାଏକ) : ବିଜେପୁରରେ ଉପନିର୍ବାଚନ ଆଗରୁ ହିଂସାକାଣ୍ଡ। ବିଜେପି କର୍ମୀ ମନୋରଂଜନ ମେହେରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ। ବିଜେପୁର ସୋହେଲା ରାସ୍ତା ଦେଇ କନାପାଳି ଗାଁ ଠାରେ ଏହି ଆକ୍ରମଣ ହୋଇଛି। ଏବେ ଗୁରୁତର ଅବସ୍ଥାରେ ମନୋରଂଜନଙ୍କୁ ବିଜେପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କାହିଁକି ମନୋରଂଜନଙ୍କୁ ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି।

ଗତ ନିର୍ବାଚନ ବେଳେ ମଧ୍ୟ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା।ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ମନୋରଞ୍ଜନ ତାଙ୍କ ଜଣେ ସାଙ୍ଗଙ୍କ ସହ ସୋହେଲାରୁ ବାଇକରେ ଘରକୁ ଫେରୁଥିଲେ। ବାଟରେ ତାଙ୍କୁ ୪/୫ଜଣ ଅଜଣା ଯୁବକ ଅଟକାଇଥିଲେ। ଅଚାନକ ସେମାନେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ମନୋରଞ୍ଜନଙ୍କ ହାତ ଏବଂ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ବିଜେପୁର ଡାକ୍ତରଖାନା ଏବଂ ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ କିମ୍ବା ଆକ୍ରମଣକାରୀଙ୍କ ସଂପର୍କରେ କିଛି ସୂଚନା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.