ବିଜେପୁର ଉପନିର୍ବାଚନ: ବିଜେଡିର ଫ୍ଲପ୍ ସୋ ! ମୁଖିଆ କ୍ଷୁବ୍ଧ

ଭୁବନେଶ୍ୱର ୧-୧୨(ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା କାଲି ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ତିନି ପ୍ରମୁଖ ଦଳ ନିଜନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି, କଂଗ୍ରେସ ଓ ବିଜେପି ପାଇଁ ଏହି ନିର୍ବାଚନ ହେବ ଏସିଡ୍ ଟେଷ୍ଟ। ଯେଉଁ ଦଳ ଜିତିବ ରାଜ୍ୟ ରାଜନିତୀରେ ତାର ଗୁରୁତ୍ୱ ବୃଦ୍ଧି ପାଇବ। ତେଣୁ ଶାସକ ବିଜେଡି ଏହି ଆସନ ହାତେଇବା ପାଇଁ ପ୍ରଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡି ନାହାଁନ୍ତି। ମାତ୍ର ଶାସକ ବିଜେଡି ତୁଳନାରେ ଏହି ଦୁଇ ଦଳର ଉପଲବ୍ଧି ସେତେଟା ପରିଲକ୍ଷିତ ହେଉ ନାହିଁ ବିଜେପୁରରେ। ବିଜେଡି ଏବେ ପ୍ରମୁଖ ଅସ୍ତ୍ର କରିଛି ଅନ୍ୟ ଦଳରୁ ନେତାଙ୍କୁ ବିଜେଡିରେ ସାମିଲ କରିବା। କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ଓ ପରିବାରବର୍ଗଙ୍କୁ ବିଜେଡିରେ ସାମିଲ କରାଇ ଏକ ବଡ ରାଜନୈତିକ ଖେଳ ଖେଳିଥିଲା। ପରେ ଅନେକ ବିଜେପି ଓ କଂଗ୍ରେସ ନେତାଙ୍କୁ ମଧ୍ୟ ବିଜେଡି ନିଜ ଆଡକୁ ଟାଣି ପାରିଥିଲା। ଶେଷରେ ବିଜେପୁର ବିଜେପି ସଭାପତି ଥିବା ନାରାୟଣ ସାହୁଙ୍କୁ ବିଜେଡି ପଟେଇବାରେ ସକ୍ଷମ ହୋଇ ପାରିଛି। ସେ ନିଜ ଦଳ ବିଜେପିର ହାତ ଛାଡିଛନ୍ତି। ଆସନ୍ତା ତିନି ତାରିଖରେ ସେ େଔପଚାରିକ ଭାବରେ ବିଜେଡିରେ ଯୋଗ ଦେବେ। ଅପରପକ୍ଷରେ ବିଜେପି କେବଳ ଅଶୋକ ପାଣିଗ୍ରାହୀଙ୍କୁ ନିଜ ଦଳରେ ସାମିଲ କରାଇଛି। ମାତ୍ର ତାଙ୍କ ପ୍ରାର୍ଥôତ୍ୱ ଏପର୍ଯ୍ୟନ୍ତ ଦଳ ତରଫରୁ ଘୋଷଣା କରାଯାଇ ନାହିଁ। କଂଗ୍ରେସ କିନ୍ତୁ ଦଳ ବଦଳରେ ପୂରା ପଛେଇ ଯାଇଛି କହିଲେ ଚଳେ। ରାଜ୍ୟରେ କଂଗ୍ରେସର ଏବେ ଯାହା ପରିସ୍ଥିତି ବିଜେପୁରର କୌଣସି ନେତା କଂଗ୍ରେସକୁ ଆସିବାକୁ ଇଛା ପ୍ରକାଶ କରୁ ନାହାଁନ୍ତି। ଯଦିଓ ଗତ ୧୩ ବର୍ଷ ଧରି ବିଜେପୁର ଆସନ କଂଗ୍ରେସ ହାତରେ ଥିଲା।

ଏହି ଦଳବଦଳ ରାଜନିତୀରେ ବିଜେପୁରବାସୀ ବିଜେଡି ଓ ବିଜେପି ଉପରେ ସଂପୂର୍ଣ୍ଣ କ୍ଷୁବ୍ଧ ବୋଲି ଗୁଇନ୍ଦା ସୂଚନା ମିଳି ସାରିଛି ରାଜ୍ୟ ସରକାରଙ୍କୁ। ବିଶେଷ କରି ନାରାୟଣ ସାହୁଙ୍କ ବିଜେଡିରେ ଯୋଗଦାନ ନକାରାତ୍ମକ ପ୍ରଭାବ ପଡିଛି ବିଜେଡି ଦଳ ଉପରେ। କାରଣ ନାରାୟଣ ସାହୁ ଯଦିଓ ବିଜେପି ଜିଲ୍ଲା ସଭାପତି ଥିଲେ ମାତ୍ର ତାଙ୍କ ହାତରେ ୫୦୦ ଖଣ୍ଡ ଭୋଟ ନାହିଁ ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀଷଣ କ୍ଷୁବ୍ଧ ହୋଇ ପଡିଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ଦଳର ଯେଉଁ ତୁଙ୍ଗ ନେତା ଓ ଅଫିସର ରଣନିତୀ ପ୍ରସ୍ତୁତ କରୁଥିଲେ, ସେମାନେ ଆଉ ମୁଖ୍ୟମନ୍ତ୍ରୀଙ୍କ ପାଖ ମାଡୁ ନାହାଁନ୍ତ। ନାରାୟଣ ସାହୁଙ୍କ ବିଜେଡିରେ ମିଶାଇବାର କୌଣସି ସୂଚନା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇ ନଥିଲା। କାର୍ପଟଦାରମାନେ ଭାବିଥିଲେ ନବୀନ ପଟ୍ଟନାୟକ ଏହି ନିଷ୍ପତିରେ ଖୁସି ହେବେ। ମାତ୍ର ପରେ ଭିତିରିଆ ଖବର ଜାଣିବା ପରେ ଚିନ୍ତା ବଢିଯାଇଛି ମୁଖ୍ୟମନ୍ତ୍ରୀଙ୍କର। ଆସନ୍ତା ତିନି ତାରିଖରେ ନାରାୟଣ ସାହୁ ବିଜେଡିରେ ମିଶିବେ ବୋଲି ବିଜେପୁରରେ ଜୋରଦାର ଆୟୋଜନ କରାଯାଉଛି। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ, ସେଦିନ ନାରାୟଣ ସାହୁଙ୍କ ସହିତ ବିଜେଡିରେ ମିଶିବା ପାଇଁ ବିଜେପିର କୌଣସି କମକର୍ତ୍ତାଙ୍କର ଆଗ୍ରହ ନାହିଁ। ଆୟୋଜନ ପୂରା ଫସର ଫାଟି ଯିବାର ଆଶଙ୍କା ଦେଖା ଦେଇଛି। ଲୋକଲଜ୍ୟାରୁ ବର୍ତ୍ତିବା ପାଇଁ ସେଦିନ ବିଜେଡି ଯୋଗାଡ କରୁଛି କର୍ମୀ। ସଂଖ୍ୟାଧିକ ବିଜେଡି କର୍ମୀଙ୍କ ଗହଣରେ ନାରାୟଣ ସାହୁ ଯାଇ ବିଜେପିରେ ମିଶିବେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଏହି ଯୋଗଦାନ ପର୍ବକୁ ସଫଳ କରାଇବାରେ ଲାଗି ପଡିଛନ୍ତି। କିଛି ବରିଷ୍ଠ ନେତାଙ୍କୁ ତିନି ତାରିଖରେ ବିଜେପୁର ଆସିବା ପାଇଁ ଏହି ନେତାମାନେ ନେହୁରା ହେଉଛନ୍ତି। କାରଣ ଏହା ସମ୍ମାନ୍ନର ପ୍ରଶ୍ନ। କେହି ନେତା କିନ୍ତୁ ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ବିଭିନ୍ନ ପ୍ରକାର ଆଳ ଦେଖାଇ ରହିଯିବାର ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *