ବିଜେପୁର ଉପନିର୍ବାଚନ: ୪୧ ହଜାର ୯୩୩ ଭୋଟରେ ଜିତିଲା ବିଜେଡ଼ି: ହାରିଲା ବିଜେପି; ତୃତୀୟ ସ୍ଥାନରେ କଂଗ୍ରେସ

ବିଜେପୁର ୨୮-୨ (ଓଡ଼ିଆ ପୁଅ) ସବୁ କଳ୍ପନା ଜଳ୍ପନାର ଶେଷ ହେଇଛି। ବିଜେପୁର ବାସୀ ସୁନାକଳସ ଢ଼ାଲିଛନ୍ତି ବିଜେଡି ସମର୍ଥିତ ପ୍ରାଥୀ ରିତା ସାହୁଙ୍କ ମୁଣ୍ଡରେ। ନବୀନ ବାବୁ ଙ୍କ ଲୋକପ୍ରିୟତା ଏବେ ବି ଓଡ଼ିଶାରେ ଅକ୍ଷୁର୍ଣ୍ଣ ଅଛି ତାହା ବିଜେପୁର ଉପ ନିର୍ବାଚନରୁ ସ୍ପଟ ହୋଇଯାଇଛି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ୯୩୩ ଖଣ୍ଡ ଭୋଟରେ ହରାଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ।

ବିଜେପୁର ଉପନିର୍ବାଚନ ଭୋଟ ଗଣତି ବୁଧବାର ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ପଦ୍ମପୁରସ୍ଥିତ ଅଞ୍ଚଳ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ହେଉଥିବାବେଳେ ବିଜେଡି ବୃହତ୍‌ ବିଜୟ ଲାଭ କରିବା ସମ୍ଭାବନା ଉଜ୍ୱଳ ହୋଇଥିଲା। ବାଜି ଜିତିବ କିଏ ? ବୋଲି ଆଉ ସସ୍ପେନ୍ସ ନଥିଲା। ଆରମ୍ଭରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସବୁବେଳେ ବିଜେଡ଼ିର ପ୍ରାର୍ଥୀ ରୀତାସାହୁ ଥିଲେ ଆଗୁଆ, ତାଙ୍କ ପଛେ ପଛେ ଚାଲୁଥିଲେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ। କଂଗ୍ରେସ ଏହି ନିର୍ବାଚନରେ ଯେପରି ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଥିଲା ପରି ଲାଗୁଥିଲା।

ମୋଟ ୨୧ ରାଉଣ୍ଡରେ ଭୋଟ ଗଣତି ଶେଷ ହୋଇଛି।

ଏହି ନିର୍ବାଚନରେ ବିଜେଡି ପ୍ରର୍ଥୀ ରୀତା ସାହୁଙ୍କୁ ୧୦୨୮୭୧ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୬୦୯୩୮ ଟି ଭୋଟ ମିଳିଛି । ସେହିଭଳି କଂଗ୍ରେସ ପାଇଛି ମୋଟ ୧୦୨୭୪ ଟି ଭୋଟ ।

ରେଜଲ୍ଟ ସାମ୍ନାକୁ ଆସିବା ପରେ ବିଜେଡି ଶିବିରରେ ଉତ୍ସବର ମାହୋଲ ଦେଖା ଦେଇଛି । ରୀତା ସାହୁ ଏନେଇ ବିଜେପୁରବାସୀ ଓ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ନବୀନ ନିଜ ଟ୍ୱିଟ୍ ରେ କହିଛନ୍ତିଯେ, – “ବିଜେପୁର ଜନସାଧାରଣଙ୍କ ଆକୁଣ୍ଠ ବିଶ୍ବାସ ଓ ବିପୁଳ ଭଲ ପାଇବା @bjd_Odisha କୁ ବିଜୟୀ କରାଇଛି। ଓଡ଼ିଶାର ଜନତାଙ୍କ ହୃଦୟରେ ବିଜୁ ଜନତା ଦଳ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି ଏହା ଦର୍ଶାଉଛି। ଆମ ଶାନ୍ତି ପ୍ରିୟ ଜନସାଧାରଣ ବିରୋଧୀଙ୍କ ହିନ ରାଜନୀତି ଓ ହିଂସାକୁ ନାକଚ କରିଛନ୍ତି।”

ବିଜେପୁର ଉପନିର୍ବାଚନରେ ବିଜେପିର ସବୁ ଅଙ୍କ ଭୁଲ ପ୍ରମାଣିତ କରି ବିପୁଳ ପରିମାଣରେ ଜନମତ ବିଜେଡି ବିଜୟ ହାସଲ କରିଥିଲେ ମଧ୍ୟ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରିନାହିଁ। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂଙ୍ଗାର କହିଛନ୍ତି କଂଗ୍ରେସ ନିଜ ଭୋଟକୁ ବିଜେଡିକୁ ବିକିଦେଲା ସେଥିପାଇଁ ବିଜେଡି ଜିତିଲା।

 

କିପରି ଥିଲା ସମସ୍ତ ରାଉଣ୍ଡ
୨୧ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ୯୩୩ ଖଣ୍ଡ ଭୋଟରେ ହରାଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ।
୨୧ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧୪୩୬ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୧୦୪୩ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୨୧ ଭୋଟ୍ , ନୋଟାରେ ଭୋଟ୍ ୧୯ ପଡ଼ିଥିଲା।

୨୦ ତମ ରାଉଣ୍ଡ – ୨୦ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧,୫୩୯ ଭୋଟ୍‌ରେ ଆଗୁଆ ଥିଲେ।
୨୦ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୩୭୧୧ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୪୨୦ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୨୧୯ ଭୋଟ୍, ନୋଟାରେ ୯୭ ଭୋଟ୍ ପଡ଼ିଥିଲା।

୧୯ ତମ ରାଉଣ୍ଡ – ୧୯ ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୪୦,୨୪୮ ଭୋଟ୍‌ରେ ଆଗୁଆ ଥିଲେ।
୧୯ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୭୬୧ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୭୬୭ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦୮୭ ଭୋଟ୍, ନୋଟାରେ ୯୧ ଭୋଟ୍ ପଡ଼ିଥିଲା।

୧୮ ତମ ରାଉଣ୍ଡ – ୧୮ ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୩୮,୨୬୮ ଭୋଟ୍‌ରେ ଆଗୁଆ ଥିଲେ।
୧୮ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୩୫୪ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୨୨୪ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୭୦୧ ଭୋଟ୍, ନୋଟାରେ ୯୦ ଭୋଟ୍ ପଡ଼ିଥିଲା।

୧୭ ତମ ରାଉଣ୍ଡ – ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୩୭,୧୩୮ ଭୋଟ୍‌ରେ ଆଗୁଆ ଥିଲେ।
୧୭ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୩୯୬୦ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୬୦୯ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୭୬୨ ଭୋଟ୍, ନୋଟାରେ ୭୯ ଭୋଟ୍ ପଡ଼ିଥିଲା।

୧୬ ତମ ରାଉଣ୍ଡ – ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୩୬,୭୮୭ ଭୋଟ୍‌ରେ ଆଗୁଆ ଥିଲେ।
୧୬ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୩୪୮୧ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୯୯୨ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୮୪୩ ଭୋଟ୍, ନୋଟାରେ ୭୨ ଭୋଟ୍ ପଡ଼ିଥିଲା।

୧୫ ତମ ରାଉଣ୍ଡ – ୧୫ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୩୬,୨୯୮ ଭୋଟ୍‌ରେ ଆଗୁଆ ଥିଲେ।
୧୫ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୪୭୮ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୦୨୯ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୮୫୩ ଭୋଟ୍, ନୋଟାରେ ୭୦ ଭୋଟ୍ ପଡ଼ିଥିଲା।

୧୪ ତମ ରାଉଣ୍ଡ – ୧୪ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୩୨,୫୭୯ ଭୋଟ୍‌ରେ ଆଗୁଆ ଥିଲେ।
୧୪ ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୨୮୬ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୯୩୫ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୨୨୮ ଭୋଟ୍, ନୋଟାରେ ୫୨ ଭୋଟ୍ ପଡ଼ିଥିଲା।

୧୩ ତମ ରାଉଣ୍ଡ – ବିଜୟ ପଥରେ ବିଜେଡି: ୧୩ ରାଉଣ୍ଡ ପରେ ୩୧,୨୨୮ ଭୋଟ୍‌ରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ଆଗରେ ଥିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ
୧୩ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୬୦୫୩ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୧୦୭ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୨୬୮ଭୋଟ୍, ନୋଟାରେ ୧୬ ଭୋଟ୍ ପଡ଼ିଥିଲା।

ଦ୍ୱାଦଶ ରାଉଣ୍ଡ – ବିଜୟ ପଥରେ ବିଜେଡି: ଦ୍ୱାଦଶ ରାଉଣ୍ଡ ପରେ ୨୮,୨୮୨ ଭୋଟ୍‌ରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ଆଗରେ ଥିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ
୧୨ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୬୧୦୩ ଭୋଟ୍, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୯୮୭ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୨୭୯ ଭୋଟ୍, ନୋଟାରେ ୧୧୫ ଭୋଟ୍ ପଡ଼ିଥିଲା।

୧୧ ରାଉଣ୍ଡ – ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୨୫,୧୬୬ ଭୋଟ୍‌ରେ ଆଗୁଆ ଥିଲେ।
୧୧ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୧୯୪ ଭୋଟ୍, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୭୬୬ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୯୨ ଭୋଟ୍, ନୋଟାରେ ୮୦ ଭୋଟ୍ ପଡ଼ିଥିଲା।

ଦଶମ ରାଉଣ୍ଡ – ଦଶମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୨୨,୭୩୮ ଭୋଟ୍‌ରେ ଆଗୁଆ ଥିଲେ।
ଦଶମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୦୦୯ ଭୋଟ୍, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୦୬୨ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୪୫ ଭୋଟ୍, ନୋଟାରେ ୫୧ ଭୋଟ୍ ପଡ଼ିଥିଲା।

ନବମ ରାଉଣ୍ଡ – ନବମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୨୦,୭୯୧ ଭୋଟ୍‌ରେ ଆଗୁଆ ଥିଲେ।
ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୦୫୧ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୩୧୫ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୩୮୦ ଭୋଟ୍, ନୋଟାରେ ୭୫ ପଡ଼ିଥିଲା।

ଅଷ୍ଟମ ରାଉଣ୍ଡ – ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୧୯,୦୫୫ ଭୋଟ୍‌ରେ ଆଗୁଆ ଥିଲେ।
ଷ୍ଟମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୬୨୩୦ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୨୫୦ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୮୦ ଭୋଟ୍, ନୋଟାରେ ୫୬ ପଡ଼ିଥିଲା।

ସପ୍ତମ ରାଉଣ୍ଡ – ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୧୫,୦୭୫ ଭୋଟ୍‌ରେ ଆଗୁଆ ଥିଲେ।
ସପ୍ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୪୩୭ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୧୬୦ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୨୦୬ ଭୋଟ୍, ନୋଟାରେ ୭୩ ଭୋଟ୍ ପଡ଼ିଥିଲା।

ଷଷ୍ଠ ରାଉଣ୍ଡ – ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୧୨,୭୯୮ ଭୋଟ୍‌ରେ ଆଗୁଆ ଥିଲେ।
ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୪୭୫୬ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୯୫୧ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୧୫ ଭୋଟ୍, ନୋଟାରେ ୮୮ ଭୋଟ୍ ପଡ଼ିଥିଲା।

ପଞ୍ଚମ ରାଉଣ୍ଡ – ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୧୧,୯୯୩ ଭୋଟ୍‌ରେ ଆଗୁଆ ଥିଲେ।
ପଂଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୫୬୭ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୨୪୫୨ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୩୩୭ ଭୋଟ୍

ଚତୁର୍ଥ ରାଉଣ୍ଡ – ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୮୮୭୯ ଭୋଟ୍‌ରେ ଆଗୁଆ ଥିଲେ।
ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୫୬୬୭ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୩୭୫ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୪୭୭ଭୋଟ୍

ତୃତୀୟ ରାଉଣ୍ଡ – ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୭୫୮୭ ଭୋଟ୍‌ରେ ଆଗୁଆ ଥିଲେ।

ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୭୫୮୭ ଭୋଟରେ ଆଗୁଆ ଥିଲେ।, ବିଜେପି ପ୍ରାର୍ଥୀ ଅଶୋକ ପାଣୀଗ୍ରାହୀଙ୍କୁ ୯୮୦୦ ଭୋଟ୍, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୯୪୮ ଭୋଟ୍

ଦ୍ୱିତୀୟ ରାଉଣ୍ଡ – ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ଥିଲେ।; ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୫୭୬୬ ଭୋଟ୍‌ରେ ଆଗୁଆ ଥିଲେ।
ଦ୍ୱିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୬୦୦୧ ଭୋଟ୍ , ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୩୧୪୧ ଭୋଟ୍

ପ୍ରଥମ ରାଉଣ୍ଡ – ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ଥିଲେ।; ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ୨୯୦୬ ଭୋଟ୍‌ରେ ଆଗୁଆ ଥିଲେ।

 

Leave a Reply

Your email address will not be published. Required fields are marked *