ବିଜେପୁର ଉପନିର୍ବାଚନ: ବିଜେଡି ଓ ବିଜେପି ପାଇଁ କଣ୍ଟା ସାଜିବେ ରିପୁ !

ଭୁବନେଶ୍ୱର ୨୮-୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସମସ୍ତ କଳ୍ପନାର ଅବସାନ ଘଟିଛି। ଶେଷରେ ବିଜେପୁର ଉପ ନିର୍ବାଚନ ତାରିଖ ଘୋଷଣା ହୋଇଛି। ବିଜେଡି ରୀତା ସାହୁଙ୍କୁ ବହୁ ପୂର୍ବରୁ ପ୍ରାର୍ଥି ଘୋଷଣା କରି ସାରିଛି। ଆସନ୍ତା ୫ ତାରିଖରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ବିଜେପି ଆଜି ବିଜେପୁର ପ୍ରାର୍ଥିତ୍ୱ ନେଇ ଦଳୀୟ କାର୍ଯ୍ୟାଳୟ ଠାରେ ଗୋଟିଏ ସମୀକ୍ଷା ବୌଠକ କରିଥିଲା। ଆସନ୍ତା ଦୁଇ ଦିନ ମଧ୍ୟରେ ସେ ତାର ପ୍ରାର୍ଥô ଘୋଷଣା କରିବା। ବାକି ରହିଲା କଂଗ୍ରେସ। ଗତକାଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକାଇ ଥିଲେ। ବିଜେପୁର ଉପ ନିର୍ବାଚନ ନେଇ ଅନେକ ଆଲୋଚନା ହୋଇଥିଲା। ଗୋଟିଏ ପ୍ରାର୍ଥି ଚୟନ କମିଟି ଗଠନ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ। ଏହି କମିଟି ଦିନେ ଦୁଇଦିନ ଭିତରେବିଜେପୁର ଗସ୍ତରେ ଯିବ। ସେଠାରୁ ଆସି ରିପୋର୍ଟ ପ୍ରସ୍ତୁତ କରି ଏଆଇସିସି ପଠାଇବେ। ତା ପରେ କଂଗ୍ରେସର ପ୍ରାର୍ଥି ଘୋଷଣା ହେବ।

ଏଠାରେ ସୂଚନାଯୋଗ୍ୟ ଯେ ବିଜେପୁର ଉପ ନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ କର ବା ମର ପରିସ୍ଥିତି। କୌଣସି ମତେ ଏହି ଆସନ ହାତେଇବା ପାଇଁ ପ୍ରଣମୂର୍ଚ୍ଛା ଉଦ୍ୟମ କରିବେ ଦୁଇ ଦଳ। ଏହା ସେମାନଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଏହି ଉପ ନିର୍ବାଚନର ଫଳାଫଳ ଦୁଇ ଦଳ ପାଇଁ ଆସନ୍ତା ସାଧାାରଣ ନିର୍ବାଚନ ଅନେକ ଆଶା ସଂଚାର କରିବ। ଗତ ପଞ୍ଚାୟତ ନିର୍ବାଚନ ପରେ ବରଗଡ ଜିଲ୍ଲାରେ ବିଜେପି ତାର ସ୍ଥିତି ଜାହିର କରିଛି। ଯାହା ଶାସକ ବିଜେଡି ପାଇଁ କିଛିଟା ଚିନ୍ତାର କାରଣ ହୋଇଛି। ଏହା ବ୍ୟତୀତ ବିଜେପୁର ଆସନଟି ୨୦୦୪ ମସିହାରୁ କଂଗ୍ରେସ ହାତରେ ରହିଛି। ସ୍ୱର୍ଗତ ସୁବଳ ସାହୁ ଥିଲେ କଂଗ୍ରେସ ବିଧାୟକ। ତାଙ୍କ ମୃତ୍ୟୁ ପରେ ବିଜେଡି ଅତି ଚତୁରତାର ସହିତ ତାଙ୍କ ପତ୍ନୀ ଓ ପରିବାରକୁ ବିଜେଡିରେ ସାମିଲ କରାଇ ଗୋଟାଏ ବଡ ଗେମ୍ ଖେଳିଥିଲା ଏବଂ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ତୁରନ୍ତ ସେଠାରୁ ପ୍ରାର୍ଥି ଘୋଷଣା କରିଥିଲା। ମାତ୍ର ପରବର୍ତ୍ତୀ ମୁହୁର୍ତ୍ତରେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସେଠାକାର କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ବିରୋଧାଭାଷ ଦେଖିବାକୁ ମିଳିଥିଲା। ଏହା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହା ଛଡା ବିଜେଡିର ସ୍ଥାନୀୟ ନେତାମାନେ ମଧ୍ୟ ରିତାଙ୍କ ପ୍ରାର୍ଥôତ୍ୱକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତେଣୁ ଏପରି ପ୍ରତିକୂଳ ପରିସ୍ଥିତି ଭିତରେ ବିଜେଡି କିପରି ନିର୍ବାଚନ ବୈତରଣୀ ପାର ହେବ ତାହା ଚିନ୍ତାର ବିଷୟ ପାଲଟିଛି ଦଳୀୟ ନେତାଙ୍କ ପାଇଁ। ବିଜେପି ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛି। ବିଜେଡିର ପୁରୁଖା ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳ ନିଜ ଆଡକୁ ଭିଡି ପାରିଛି। ମାତ୍ର ତାଙ୍କୁ ପ୍ରାର୍ଥô ଘୋଷଣା ନେଇ ଦ୍ୱନ୍ଦରେ ବିଜେପି। ଅଶୋକଙ୍କୁ ସ୍ଥାନୀୟ ବିଜେପି ନେତାମାନେ ଘୋର ବିରୋଧ କରୁଛନ୍ତି। ଏପରିକି ଏହାକୁ ବିରୋଧ କରି ବିଜେପି ବରଗଡ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି।

ତେଣୁ ମୋଟାମୋଟି ଭାବରେ ଦେଖିବାକୁ ଗଲେ ସମସ୍ତଙ୍କ ଅପେକ୍ଷା କଂଗ୍ରେସର ପ୍ରାର୍ଥô ଘୋଷଣାକୁ ନେଇ। ପ୍ରଥମରୁ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥି କରିବ ବୋଲି ନିଷ୍ପତି ନେଇଥିଲା। ମାତ୍ର ଦଳ ଭିତରୁ ଏହାକୁ ଅନେକ ବରିଷ୍ଠ ନେତା ଘୋର ବିରୋଧ କଲେ। ବିଜେଡି ସହିତ ମସୁଧା କରି କଂଗ୍ରେସର କିଛି ମୁଷ୍ଟିମେୟ ନେତା ପ୍ରଣୟଙ୍କ ପରି ଦୁର୍ବଳ ପ୍ରାର୍ଥô ଛିଡା କରୁଛନ୍ତି ବୋଲି ଅଭିଯୋଗ ଆସିଲା। ଏବେ ସ୍ଥିତି ପରିବର୍ତ୍ତନ ହୋଇ ଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଳଙ୍କ କାନକୁ ସବୁ କଥା ଗଲା। ସବୁ ରିପୋର୍ଟ ପାଇଲା ପରେ ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠ୍ଙ୍କ ପ୍ରାର୍ଥିତ୍ୱ ଏକ ପ୍ରକାର ଚୁଡାନ୍ତ ବୋଲି ଖବର ମିଳିଛି। ଖାଲି େଔପଚାରିକ ଦୃଷ୍ଟିରୁ ଘୋଷଣା ବାକି ରହିଛି। କାରଣ ପୂର୍ବରୁ ରିପୁନାଥ ଏହି ଆସନରୁ ବିଜୟ ଲାଭ କରି ରାଜ୍ୟରେ ମନ୍ତ୍ରୀ ହୋଇଥିଲେ। ତେଣୁ ଯଦି ରିପୁ କଂଗ୍ରେସରୁ ପ୍ରାର୍ଥô ହୁଅନ୍ତି ତେବେ ଉଭୟ ବିଜେଡି ଓ ବିଜେପର ଚିନ୍ତା ବଢିଯିବ। ଦୁଇ ଦଳ ଭାବିଥିଲେ ଲଢେଇ କେବଳ ସେମାନଙ୍କ ଭିତରେ ହେବ। ମାତ୍ର ରିପୁ ପ୍ରାର୍ଥି ହେଲେ ଏଠାରେ ତ୍ରୀପାକ୍ଷିକ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଦୁଇ ଦଳ ପାଇଁ ଭାରୀ ପଡିବେ ରିପୁ ନାଥ ସେଠ୍। ଏହି ନିର୍ବାଚନରେ ବିଜେଡି ଓ ବିଜେପି ପକ୍ଷରୁ ମାତ୍ରାଧିକ ଅର୍ଥବଳ ଓ ବାହୁବଳର ଉପସ୍ଥିତି ପରିଲକ୍ଷିତ ହେବ। ବିଜେଡି ଆଉ ପାଦେ ଆଗକୁ ଯାଇ ଶାସନ କଳର ମାତ୍ରାଧିକ ଦୂରୂପଯୋଗ କରିବ ଏଥିରେ ସନ୍ଦେହ ନାହିଁ। ଏଥିପାଇ ବିଜେପି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରି ସାରିଲାଣି। ମାତ୍ର ଏ ସବୁ ଭିତରେ କଂଗ୍ରେସକୁ ଏବଂ ତାର ପ୍ରାର୍ଥିତ୍ୱକୁ ହେୟଜ୍ଞାନ କରୁଥିବା ଏହି ଦୁଇ ଦଳ ଚାତକ ପରି ଚାହିଁ ବସିଛନ୍ତି କଂଗ୍ରେସର ପ୍ରାର୍ଥି କିଏ ?

Leave a Reply

Your email address will not be published. Required fields are marked *