ଓଡ଼ିଶା

ବିଜେପୁର ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ଚୟନ ପାଇଁ କମିଟି ଗଠନ

ଭୁବନେଶ୍ୱର ୨୮-୧ (ଓଡ଼ିଆ ପୁଅ) ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ଚୟନ ନିମନ୍ତେ ପ୍ରାର୍ଥୀଙ୍କ ନାମ ସୁପାରିଶ କରିବା ପାଇଁ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଏକ କମିଟି ଗଠନ କରାଯାଇଅଛି। ଏହି କମିଟିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଅଧ୍ୟକ୍ଷ ରହିଥିବାବେଳେ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଆବାହକ ଓ ଶ୍ରୀ ନବକିଶୋର ଦାସ ସଂଯୋଜକ ରହିଛନ୍ତି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଓ ବରଗଡ଼ ଜିଲ୍ଲା। କଂଗ୍ରେସ ସଭାପତି ଶ୍ରୀ ଅନନ୍ତ ଶୟନ ପାଢ଼ୀ ଏଥିରେ ସଭ୍ୟ ଅଛନ୍ତି।

ଏହି କମିଟି ତାଙ୍କର ସୁପାରିଶ ସମ୍ବଳିତ ରିପୋର୍ଟ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବେ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହା ଉପରେ ଚୁଡାନ୍ତ ନିଷ୍ପତ୍ତି ନେବେ ଏବଂ ଏ ସମସ୍ତ ପ୍ରକ୍ରିୟା ଯଥା ସମୟରେ ସମ୍ପୂର୍ଣ୍ଣ ହେବ ବୋଲି କଂଗ୍ରେସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top