ଓଡ଼ିଶା

ବିଜେପୁର ଉପନିର୍ବାଚନକୁ ଜିତିବା ପାଇଁ ମଦ ମାଫିଆଙ୍କ ଟଙ୍କା ଲଗାଇଛି ଶାସକ ବିଜେଡି : ବିଜେପି

– ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ଦେଇ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ବିଜେପି
– ଗଂଜାମର ବେନାମୀ ମଦ ବେପାରୀ ହର ପ୍ରସାଦ ସାହୁଙ୍କ ପରି ଅନେକ ମଦ ବେପାରୀମାନେ ଟଙ୍କା, ମଦ ଓ ଭଡାଟିଆ ଗୁଣ୍ଡା ଧରି ବିଜେପୁରରେ କ୍ୟାମ୍ପ ପକାଇଛନ୍ତି
ଭୁବନେଶ୍ୱର, ତା.୧୫/୦୨ (ଓଡ଼ିଆ ପୁଅ) : ବିଜେପୁର ଉପନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ମଦ ମାଫିଆଙ୍କ ଟଙ୍କା ଲଗାଇଛି। ଗତକାଲି ବିଜେଡି ଦଳର ନେତା ହରପ୍ରସାଦ ସାହୁ ବିଜେପୁରବାସୀଙ୍କୁ ଟଙ୍କା ବାଂଟିବା ପାଇଁ ଯାଉଥିବାବେଳେ ପୋଲିସ ହାତରେ ଧରା ପଡିଛନ୍ତି। ସେ ଗାଡିର ମାଲିକ ହେଉଛନ୍ତି ଗଂଜାମର ବେନାମୀ ମଦ ବେପାରୀ ବିକ୍ରମ ସାହୁ। ବିକ୍ରମସାହୁଙ୍କ ସଂପର୍କୀୟ ହର ପ୍ରସାଦ ସାହୁ ବିଜେଡି ଦଳର ନେତା ଥିବା ବେଳେ ସେ ଗତକାଲି ତାଙ୍କ ଝିଅକୁ ସାଙ୍ଗରେ ଧରି ଲକ୍ଷ ଲକ୍ଷ ଟଙ୍କା ଗାଡିରେ ନେଇଯାଉଥଲାବେଳେ ପୋଲିସ ହାତରେ ଧରାପଡିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତବାରେସି ସାଜି ପୋଲିସ ତାଙ୍କୁ ଗିରଫ ନକରି ଛାଡିଦେଇଛି। ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପିର ଏକ ପ୍ରତିନିଧୀଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଶାସକଦଳର ବିଜେଡି ନେତା ହରପ୍ରସାଦ ସାହୁ ଗଂଜାମଜିଲ୍ଲା କୋଦଳା ଏନଏସିରେ ଉପନଗରପାଳ ଭାବେ ଦାୟୀତ୍ୱ ନେଇଛନ୍ତି। ସେହିଭଳି ତାଙ୍କ ସ୍ତ୍ରୀ ସୁନୀତାପ୍ରଭା ସାହୁ କୋଦଳା ଏନଏସିର ନଗରପାଳ ଅଛନ୍ତି। ଗତକାଲି ବିକ୍ରମ ସାହୁଙ୍କ ସଂପର୍କୀୟ ହରପ୍ରସାଦ ସାହୁ ବେନିୟମ ଭାବେ ଟଙ୍କା ନେଇ ଶାସକ ଦଳର ସମର୍ଥନରେ କାମ କରୁଥିବାବେଳେ ଧରା ପଡିଛନ୍ତି। ସେ ଏବେ ବିଜେଡି ତରଫରୁ ଗାଇସିଲଟବ୍ଲକରେ ଏକ ନିର୍ଦ୍ଦିଷ୍ଟ ପଂଚାୟତ ଦାୟୀତ୍ୱରେ ଅଛନ୍ତି।

ଗଂଜାମର ବେନାମୀ ମଦ ବେପାରୀ ହର ପ୍ରସାଦ ସାହୁଙ୍କ ପରି ଅନେକ ମଦ ବେପାରୀ ମାନେ ଟଙ୍କା, ମଦ ଓ ଭଡାଟିଆ ଗୁଣ୍ଡା ଧରି ବିଜେପୁରରେ କ୍ୟାମ୍ପ ପକାଇଛନ୍ତି। ଟଙ୍କା ଜବତ ପରେ ସ୍ଥାନୀୟ ପୋଲିସ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଯେପରି ଭାବରେ ତ୍ୱରିତ ରିପୋର୍ଟ ଦେବା କଥା ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ହସ୍ତକ୍ଷେପରେ ରିପୋର୍ଟ ପ୍ରଦାନ କରି ନାହିଁ। ଅନ୍ୟପଟେ କାହା ଚାପରେ ଏଭଳି ଅପରାଧୀକୁ ଗିରଫ ନକରି ଛାଡିଦିଆଗଲା ବୋଲି ବିଜେପି ଅଭିଯୋଗ କରିଛି।

ଗୋଟିଏ ପଟେ ଜିଲ୍ଲା ପୋଲିସ ଶାସକ ଦଳର ହାତବାରିସୀ ହୋଇ କାମ କରୁଥିବା ବେଳେ ପର୍ଯ୍ୟବେକ୍ଷକଙ୍କ ଆଇନଗତ ଅଧିକାରକୁ ସମ୍ମାନ ନ ଦେବା କାରଣରୁ ବିଜେପି ପରି ନିର୍ବାଚନ ଲଢୁଥିବା ରାଜ୍ୟର ପ୍ରମୁଖ ବିରୋଧୀ ଦଳର ଅଧିକାରର ହତ୍ୟା ହେଉଛି। ଏପରି ପରିସ୍ଥିତିରେ ସଂପୃକ୍ତ ମଦ ବେପାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ବିଜେପି ଦାବି କରିଛି।

ଅନ୍ୟ ଜିଲ୍ଲା ମାନଙ୍କରୁ ଶାସକ ଦଳର ସମର୍ଥନରେ ବିଜେପୁରରେ ଅନୁପ୍ରବେଶ କରିଥିବା ମଦ ବେପାରୀମାନଙ୍କୁ ରୋକିବା ଓ ଶାସକ ଦଳର ସ୍ୱାର୍ଥରେ ବେନିୟମ ଭାବରେ ତାଙ୍କର କାର୍ଯ୍ୟକଳାପକୁ ସଂପୂର୍ଣ ବନ୍ଦ କରିବାକୁ ବିଜେପି ଦାବି କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତେକ୍ଷପ ଲୋଡିଛି।

ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିିନିଧୀ ଦଳରେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଏନ. ରାଜେନ୍ଦ୍ର କୁମାର ଏବଂ ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, ରାଜେଶ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top