ବିଜେପୁରର ୨୭୦ ବୁଥରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲେ ଜନତା

– ରାଜ୍ୟ ସଭାପତି, ବିଧାୟକ ଦଳ ନେତାଙ୍କ ସହ ଉପସ୍ଥିତ ରହିଲେ କେନ୍ଦ୍ରମନ୍ତ୍ରୀ
– ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ବିଷୟରେ ଅବଗତ କଲେ ନେତା
– ଗଙ୍ଗାଧର ମେହରଙ୍କ ପ୍ରତି ନବୀନ ସରକାରଙ୍କ ଅପମାନ ଉପରେ ଜନସଚେତନତା

ଭୁବନେଶ୍ୱର/ବରଗଡ, ତା.୩୧/୧୨(ଓଡ଼ିଆ ପୁଅ):ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀର ୨୭୦ ବୁଥରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ବୁଥର କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କ ସହ ଶୁଣିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପିର ନେତା ମାନେ। ଆଜି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ,  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ବିଧାୟକ ଗଣ, ରାଜ୍ୟର ପଦାଧିକାରୀ, ବିଭିନ୍ନ ମୋର୍ଚାର ପଦାଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ବିଜେପୁର ନିର୍ବାଚନ ମଣ୍ଡଳୀର ତୃଣମୂଳ ସ୍ତରରେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ବରପାଲୀରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ଗାଇସିଲଟର ତଳପାଲୀ ବୁଥରେ ବିଧାୟକ ଦଳ ନେତା କନକ ବର୍ଧନ ସିଂଦେଓ ଉପସ୍ଥିତ ଥିଲେ। ଗୁଦେଇପାଲୀ ପଂଚାୟତରେ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଶାରଦା ଶତପଥୀ ବିଜେପୁର ନିର୍ବାଚନମଣ୍ଡଳୀର ୮୪ ନମ୍ବର ବୁଥରେ ଉପସ୍ଥିତ ଥିଲେ। ବରିଷ୍ଠ ନେତ୍ରୀ ସୁକେଶୀ ଓରାମ ଆଗଲପୁର ଗ୍ରାମପଂଚାୟତର ରେତମୁଣ୍ଡାରେ ଥିବା ବେଳେ ଟି.ଗନ୍ଧାପାଲୀରେ ଉପସ୍ଥିତ ଥିଲେ ବରିଷ୍ଠ ନେତା ଅମିତାଭ ଚକ୍ରବର୍ତ୍ତୀ ଓ ଅଶୋକ ମିଶ୍ର। ସେହିପରି ସତଲମା ପଂଚାୟତରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ମହଦା ପଂଚାୟତରେ ଉପସଭାପତି ସମୀର ମହାନ୍ତି, ବରପାଲୀର ଭଡିଙ୍ଗା ରେତଙ୍ଗରେ ପୂର୍ବତନ ସାଂସଦ ଅନନ୍ତ ନାଏକ ଉପସ୍ଥିତ ଥିଲେ। ବେଣୀଚାର ଗ୍ରାମପଂଚାୟରେ ବରିଷ୍ଠ ନେତା ବିନୋଦ ଦାଶ, ସତଲମା ମଣ୍ଡଳରେ ରାଜ୍ୟ ସମ୍ପାଦକ ଦିଲୀପ ମଲିକ, ଜିରାଙ୍ଗ ପଂଚାୟତରେ ବରିଷ୍ଠ ନେତ୍ରୀ ସୁରମା ପାଢୀ ଓ ସବିତା ନନ୍ଦ, ଲାମୁଣ୍ଡାରେ ବରିଷ୍ଠ ନେତା ସୁବାସ ଚୌହାନ, ଶ୍ରୀଣ୍ଡଲମାଳରେ ୟୁବମୋର୍ଚାର ରଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାସ, ବେଣୀଚାରରେ ବରିଷ୍ଠ ନେତା ପଂଚାନନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

ମୋଦିଙ୍କ ମନ କି ବାତ ସହ ମୋଦି ସରକାରଙ୍କର ଓଡିଶା ପାଇଁ ଭରପୁର ସହାୟତା ବିଷୟରେ ସାଧାରଣ ଜନତାଙ୍କୁ ବୁଝାଇଥିଲେ ଉପସ୍ଥିତ ଥିବା ନେତା। ରାଜ୍ୟର ନବୀନ ସରକାରଙ୍କର ୧୮ ବର୍ଷର ସ୍ଥାଣୁତା, ଅପାରଗତା ଓ ଏହି ସମୟରେ ବିଜେପୁରର ବିକାଶ କେମିତି ଅଣଦେଖାର ଶୀକାର ହୋଇଛି ଏ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଯୋଜନା ଘୋଷଣା ମାତ୍ର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ନାମରେ ଯୋଜନା ପାଇଁ ମଧ୍ୟ ଟଙ୍କାଟିଏ ନ ଦେଇ ଏ ମହାପୁରୁଷଙ୍କୁ ଅପମାନ ବିଷୟରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିଥିଲେ ବିଜେପିର ବରିଷ୍ଠ ନେତୃମଣ୍ଡଳୀ। ଚଷା-ଚାଷୀର ଜିଲ୍ଲା ବରଗଡରେ କ୍ରମାଗତ ଚାଷୀ ଆତ୍ମହତ୍ୟା ନେଇ କୃଷକ ବିରୋଧୀ ନବୀନ ସରକାର ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇଥିଲେ ବିଜେପିର ନେତାମାନେ।

 

 

 

Leave a Reply

Your email address will not be published. Required fields are marked *