ବିଜେପୁରରେ ଗୁଳିକାଣ୍ଡ ଘଟଣା, ଜିଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ

ବୌଦ୍ଧ, ୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବରଗଡ ଜିଲା ବିଜେପୁର ବିଧାନ ସଭା ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନିତି ସରଗରମ ରହିଥିବା ବେଳେ ଗତ ୬ତାରିଖରେ ଭାରତୀୟ ଜନତା ପାର୍ଟିର ଯୁବନେତାଙ୍କ ଘରଉପରକୁ ଗୁଳିମାଡ ଘଟଣାରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥାଣୁ ହୋଇଥିବା ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉପ ନିର୍ବାଚନରେ ଭୟଭୀତ ହୋଇ ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ଏହା କରାଯାଇଛି ବୋଲି ବିଜେପି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ସଭାପତି ସୈାମିତ୍ରୀ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ବାହାରୀ ଏନ୍.ଏ.ସି. ଛକଠାରେ ପହଞ୍ଚô ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ମୁଖ୍ୟ ମନ୍ତ୍ରୀଙ୍କ କୁଶ ପୁତଳିକାକୁ ଦାହ କରାଯାଇଥିଲା । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ସୂର୍ଯ୍ୟନାରାୟଣ ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ନମିତାରାଣୀ ଦାଶ, ପୁର୍ବତନ ସଭାପତି ମନୋରଞ୍ଜନ ଦାଶ, ବିପ୍ର ଚରଣ ମହାନ୍ତି, ଚିତରଞ୍ଜନ ପାଣିଗ୍ରାହୀ, ସୁଧାଂଶୁ ଡାଙ୍ଗ, ସତ୍ୟାନନ୍ଦ ପାଣ୍ଡେ, ସମ୍ଭୁପ୍ରସାଦ ପ୍ରଧାନ, ସଂଜୟ ମେହେର, ସିଦେ୍ଧଶ୍ୱର ଯୋଶୀ, ଦେବାଶିଷ ବିଶି ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *