ବିଜେପୁରରୁ ବିଜେପି ବିଜୟ ଅଭିଯାନ ଆରମ୍ଭ କରିବ : ସଜ୍ଜନ ଶର୍ମା

ଭୂବନେଶ୍ୱର, ୦୧/୧୦ (ଓଡ଼ିଆ ପୁଅ) : ଆଜି ଶାସକ ବିଜୁ ଜନତା ଦଳ ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବୟସ୍କ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜର ଅତୀତ ଭାରତୀୟ ଜନତା ପାର୍ଟିର ବୋଝରୁ ମୁକ୍ତ ହୋଇପାରିନଥିଲେ। ଶ୍ରୀ ଆଚାର୍ଯ୍ୟ ଯେଉଁ ୩-ବି ଫର୍ମୁଲା ଆବୃତି କଲେ, ସେଥିରୁ ସେ ବିଜେପିକୁ ଭୁଲି ଯିବାର ଅପପ୍ରୟାସ କରୁଥିବା ସ୍ପଷ୍ଟ ଅନୁଭବ ହେଉଥିଲା ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ଆଗାମୀ ଉପ ନିର୍ବାଚନରେ ବିଜେପୁରରୁ ବିଜେପି ବିଜୟ ଅଭିଯାନ ଆରମ୍ଭ କରିବ। ଏହି ବିଜୟ ଧାରା ଜାରି ରହି ଆଗାମୀ ୨୦୧୯ ମସିହାରେ ସରକାର ଗଠନ ପରେ ଯାଇ ପୂର୍ଣ୍ଣାହୁତି ହେବ ବୋଲି ଶ୍ରୀ ଶର୍ମା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *