ବିଜେପି ସାମ୍ବାଦିକ ସମ୍ମିଳନୀ: ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଅନିଶ୍ଚିତା ଓ ଭବିଷ୍ୟତ ଅନ୍ଧକାର ମୟ

ପୁରୀ, ୪/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ରାଜ୍ୟ ସରକାରଙ୍କ ଇଛାଶକ୍ତି ଅଭାବରୁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଅନିଶ୍ଚିତା ଓ ଭବିଷ୍ୟତ ଅନ୍ଧକାର ମୟ ହୋଇପଡିଛି ବୋଲି ବିଜେପି ଅଭିଯୋଗ କରିଛି। ନାୟକପ୍ଲାଜା ସମ୍ମିଳନୀ କକ୍ଷରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା, ପୈାରସଦସ୍ୟ ମାନସ ଲେଙ୍କା, ଜିଲ୍ଲା ଉପସଭାପତି ରବି ଦାସ, ସଚିଦାନନ୍ଦ ଦାସ ପ୍ରମୁଖ ସୂଚନା ଦେଇ କହିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅମଳରେ ପ୍ରତିଷ୍ଠିତ ଏହି ପ୍ରତିଷ୍ଠାନ ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ସଂସ୍ଥାଟି ଭଡାଘର ଚାଲୁଥିବାରୁ ଭିନ୍ନ ଭିନ୍ନ ବିଭାଗ ଓ ପ୍ରୟୋଗଶାଳା ଖୋଲି ପାରୁନାହିଁ। ବର୍ତମାନ ଏହି ସଂସ୍ଥା ଋଗଣ ଅବସ୍ଥାକୁ ଆସିଥିବା ବେଳେ ଏହାର ନିର୍ଦ୍ଦେଶକ ମଧ୍ୟ ନାହାନ୍ତି। ୧୫ ତମ ବୋଡଅଫ୍ ଡାଇରେକ୍ଟର ମିଟ୍ ର ବିବରଣୀ ଅନୁଯାୟୀ ଏହି ସଂସ୍ଥାର ଖର୍ଚ୍ଚ କାଟ କରିବା ଲାଗି ସଂସ୍ଥାର କାର୍ଯ୍ୟାଳୟ ପୁରୀ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିବା ପାଇଁ ଯୋଜନା କରାଯାଇଛି। ପୁରୀର ସମ୍ମାନ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଭକ୍ତ ପ୍ରତିଷ୍ଠାନକୁ ପୁରୀରୁ ସ୍ଥାନାନ୍ତରୀତ କରିବା ପାଇଁ ବିଜେପି ନେତାମାନେ ଦାବି କରିଥିଲେ। ସରକାର ତୁରନ୍ତ ଏହି ପ୍ରତିଷ୍ଠାନକୁ ବନ୍ଦ ଯୋଗାଇ ଦେଲେ କେନ୍ଦ୍ର ସରକାରଙ୍କ କୌଶଳ ବିକାଶର ଭିତିଭୂମୀ ବିକାଶ ପାଇଁ ସହଯୋଗ କରିବେ ବୋଲି ନେତାଗଣ ଦର୍ଶାଇଥିଲେ।

Leave a Reply

Your email address will not be published. Required fields are marked *