ବିଜେପି ସାମ୍ବାଦିକ ସମ୍ମିଳନୀ ଅପାରଗ ବିଜେଡି ସରକାରକୁ ହଟାଓ

ଖୋର୍ଦ୍ଧା ୮/୧୦ (ଓଡ଼ିଆପୁଅ/ଜୟେନ୍ଦ୍ର ବେହେରା)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ବିଜେପି କାର୍ଯ୍ୟାଳୟଠାରେ ରାଜ୍ୟ ବିଜେପି ସମ୍ପାଦକ ଡଃ ଯତିନ୍ ମହାନ୍ତିଙ୍କ ଆବାହକତ୍ୱରେ ଦୁର୍ନୀତିଗ୍ରସ୍ଥ ଓ ଅପାରଗ ବିଜେଡି ସରକାର ବିରୁଧରେ ଏକ ସାମ୍ବାଦିକ ସମ୍ମିଳନୀ ରବିବାର ଦିନ ଅନିଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ରୁଦ୍ର ନାରାୟଣ ବାହିନୀପତି, ବୋଲଗଡ ଜୋନ୍ ବିଜେବିଜେପି ସଭାପତି ଚନ୍ଦ୍ରଭାନୁ ମହାରଥା, ପିଚୁକୁଳି ଜୋନ୍ ବିଜେପି ସଭାପତି ଶଙ୍କର୍ଷଣ ରାଉତ, ବାଙ୍କୋଇ ଜୋନ୍ ବିଜେପି ସଭାପତି ସୁବାଷ ଚନ୍ଦ୍ର ମିଶ୍ର, ବୋଲଗଡ ଜୋନ୍ ବିଜେପି ଉପସଭାପତି ସୁରଜିତ୍ ରାୟ ପିଚୁକୁଳି ଜୋନ୍ ବିଜେପି ଯୁବମୋର୍ଚ୍ଛା ସଭାପତି ରଶ୍ମୀରଂଜନ ଜେନା, ବୋଲଗଡ ଜୋନ୍ ର ସାଧାରଣ ସମ୍ପାଦକ ସଂଜୟ କୁମାର ବେହେରା, ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ଅର୍ଣ୍ଣପୂର୍ଣ୍ଣା ପରିଡା, ବ୍ଳକ ବିଜେପି ସମ୍ପାଦକ ସୁଦର୍ଶନ ମଲ୍ଲିକ, ପ୍ରଫୁଲ୍ଲ ଖାଡଙ୍ଗା ପ୍ରମୁଖ ଯୋଗ ଦେଇଥିଲେ। ବିଜେଡିର ୧୭ବର୍ଷ ଦୁର୍ନୀତି ତଥା ଅପାରଗ ଶାସନକୁ ବିଜେପି ତରଫରୁ ପ୍ରବଳ ନିନ୍ଦା କରାଯାଇଥିଲା। ବୋଲଗଡ ବ୍ଳକ ଓ ବେଗୁନିଆ ବ୍ଳକରେ ପ୍ରତ୍ୟେକ ଜନ କଲ୍ୟାଣ କା୍ର୍ୟ୍ୟରେ ସ୍ଥାନୀୟ ବିଜେଡି ବିଧାୟକ ଅନ୍ୟାୟ ଭାବେ ପି.ସି କାରବାର କରୁଛନ୍ତି ବୋଲି ବିଜେପି ଆବାହକ ଡଃ ଯତିନ୍ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଏହି ୨ଟି ବ୍ଳକରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ଜଳସେଚନ, ଉଠା ଜଳସେଚନ, ଚାଷୀସମସ୍ୟା, ସମବାୟ ଋଣ ପ୍ରଦାନ, ବେକାରୀ ସମସ୍ୟା ଦୂରୀକରଣ, ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ବିଫଳ, ଗାଁ କଲ୍ୟାଣ ସମିତି ଉନ୍ନୟନ ପାଣ୍ଠି ହେରଫେର, ଇନ୍ଦିରା ଆବାସ ପ୍ରଦାନ, ବାର୍ଦ୍ଧକ୍ୟ ଭତା ପ୍ରଦାନ, ଜାତିଗତ ପ୍ରମାଣପତ୍ର ପ୍ରଦାନ ଓ ଖାଉଟି କାର୍ଡ ପ୍ରଦାନ କ୍ଷେତ୍ରରେ ବିଜେଡି ସରକାର ବିଫଳ ହୋଇଛନ୍ତି ବୋଲି ବିଜେପିର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ବିଜେପି ଦଳ ତରଫରୁ ଆଦିବାସୀ ସମାବେଶ, ସଂଖ୍ୟାଲଘୁ ସମାବେଶ, ଯୁବ ଓ ମହିଳା ସମାବେଶ, କୃଷକ ସମାବେଶ, ସାଧାରଣ ଜନତା ସମାବେଶ, ପଦଯାତ୍ରା ଓ ସାଇକେଲ ଯାତ୍ରା ପ୍ରତି ଗ୍ରାମ ପଂଚାୟତରେ କରାଯାଇ ପରିବର୍ତ୍ତନ ଜନ ଜାଗରଣ ଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଯାଇ ନାର୍ଯ୍ୟ ଦାବି ପୂରଣ ପାଇଁ ବ୍ଳକ ଘେରାଉ, ତହସିଲ ଘେରାଉ, ରାଜସ୍ୱ କାର୍ଯ୍ୟାଳୟ ଘେରାଉ, କୃଷି କାର୍ଯ୍ୟାଳୟ ଘେରାଉ, ସମବାୟ ସମିତି ଘେରାଉ ଓ ଥାନା ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଛି। ସ୍ଥାନୀୟ ପୋଲିସ ବାହିନୀ ବିଜେଡି ସରକାରର ହାତବାରସୀ ହୋଇ କାର୍ଯ୍ୟ କରୁଥିବାରୁ ବିଜେପି ଦଳ ତରଫରୁ ତୀବ୍ର ନିନ୍ଦା କରାଯାଇଛି। ବିଜେପି ଦଳ ନାମରେ କାର୍ଯ୍ୟକରୁଥିବା ନକଲି କର୍ମୀମାନଙ୍କୁ ଭର୍ସନା କରାଯାଇଥିଲା। ବେକାରୀ ସମସ୍ୟା ଦୂରୀ କରଣ କରିବାପାଇଁ ଈଫକୋ କମ୍ପାନୀ ବୋଲଗଡ ବ୍ଳକ ଅନ୍ତର୍ଗତ କଡବ ଗ୍ରାମପଂଚାୟତଠାରେ ୬କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପଠାରୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ୩୦ଲକ୍ଷ ଟଙ୍କା ପି.ସି ମାଗିବାରୁ ଉକ୍ତ କମ୍ପାନୀ ପ୍ରକଳ୍ପଟି ନିର୍ମାଣ ବନ୍ଧ କରି ଚାଲିଯାଇଛି ବୋଲି ବିଜେପିର ରାଜ୍ୟ ସମ୍ପାଦକ ଡଃ ଯତିନ୍ ମହାନ୍ତି ଅଭିଯୋଗ ଆଣିଛନ୍ତି। ପରିଶେଷରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି କବୀର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *