ଜିଲ୍ଲା ପରିକ୍ରମା

ବିଜେପି ସମବାୟ ସେଲ୍ ବିକ୍ଷୋଭ

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଜିଲ୍ଲା ସମବାୟ ସେଲ୍ ପକ୍ଷର ୧୩ଦଫା ଦାବି ନେଇ ସମବାୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯାଇଛି। ବିଜେପି ସମବାୟ ସେଲ୍ର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ନନ୍ଦ, ରମାଦେବୀ, ମନୋରମା ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭରେ ରାଜ୍ୟର ପ୍ରତ୍ୟେକ କୃଷକକୁ ଋଣ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ କୃଷି ଋଣ ଛାଡ ପ୍ରତ୍ୟେକ ଚାଷୀ ଓ ଭାଗ ଚାଷୀମାନଙ୍କୁ ଚିହ୍ନଟ କରି ଆଇନମତ ମାନ୍ୟତା ପ୍ରଦାନ ଭାଗ ଚାଷୀଙ୍କୁ ନେଇ ଜେଏଲଜି ଗଠନ କରି ଋଣ ଯୋଗାଣ କ୍ଷେତ୍ରରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ ଆଦି ୧୩ଦଫା ଦାବି ରଖାଯାଇଛି। ବିକ୍ଷୋଭରେ ପ୍ରଧାନ ଧୀରେନ ରାୟ, ବିଭୂତି ଭୂଷଣ ମିଶ୍ର, ରବି ଦାସ, ବିଜୟ ନୃସିଂହ ମହାପାତ୍ର, ଅରକ୍ଷିତ ବେହେରା, ବିଶ୍ୱନାଥ ଦାଶ, ପ୍ରଫୁଲ୍ଲ ପ୍ରଧାନ, କାଳୀ ପ୍ରସାଦ ଷଡଙ୍ଗୀ, ବିଭୂତି ଉପାଧ୍ୟାୟ, ଜୟନ୍ତ ପ୍ରଧାନ, ରତିକାନ୍ତ ମିଶ୍ର, ମିହିର ମହାପାତ୍ର, ମାଗୁଣି ମହାରଣା, ଅନନ୍ତ ଜେନା, ଜୟକୃଷ୍ଣ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top