ଜିଲ୍ଲା ପରିକ୍ରମା

ବିଜେପି ଯୁବ ମୋର୍ଚ୍ଚାର ଶୋଭାଯାତ୍ରା ବିକ୍ଷୋଭ

ପୁରୀ:୧୩/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୌରପାଳିକାର ସ୍ଥାଣୁତା ଓ ଅପାରଗତାକୁ ନେଇ ବାଇକ ଶୋଭାଯାତ୍ରା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯଥା ପ୍ରସାଦ, ଅମୃତ, ଅଭଡା, ଆଇକନ ସିଟି ଯୋଜନା ଅର୍ଥ ଠିକ୍ ଭାବେ ବିନିଯୋଗ ନହୋଇ ବାଟମାରଣା ହୋଇଛି। ଏଥିସହ ସହରର ପରିମାଣ ବ୍ୟବସ୍ଥା, ଡ୍ରେନେଜ, ସ୍ୱରେଜ, ବସଷ୍ଟାଣ୍ଡ ଓ ନାଳ ସଫେଇ କାର୍ଯ୍ୟ ମଧ୍ୟ ଠିକ୍ ଭାବେ ହୋଇନାହିଁ। ଯେଉଁ କାର୍ଯ୍ୟ ହେଉଛି ବିଳମ୍ବ କରାଯାଇ ଅର୍ଥର ଅପଚୟ ହେଉଛି। ଯୁବ ମୋର୍ଚ୍ଚା ପକ୍ଷରୁ ଏନେଇ ନଗରପାଳଙ୍କ ସହ ଆଲୋଚନା କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଛି। ସ୍ଥିତିର ସୁଧାର ନଆସିଲେ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛି। ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସଙ୍କ ନେତୃତ୍ୱରେ ଉପସଭାପତତି ସାସ୍ୱତ ମହାପାତ୍ର, ନଗର ସଭାପତି ବିଭୁ ପ୍ରସାଦ ଦାସ, ସମ୍ପାଦକ ବିଶ୍ୱଜିତ୍ ମହାନ୍ତି, ପ୍ରଦୀପ ନାୟକ, ବାହୁଡା ପ୍ରଧାନ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶ୍ୟାମ ସୁଦିମ୍, ଜିତେନ୍ଦ୍ର ରାଉତ, ନନ୍ଦ କିଶୋର ବିଶ୍ୱାଳ, ସ୍ନେହାସିଶ ଦାସ, ଗଣପତି ରାଓ, ସଂଗ୍ରାମ ପରିଡା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top