Home ଜିଲ୍ଲା ପରିକ୍ରମା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ପାଳିତ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ରାନ୍ତି ଦିବସ ପାଳିତ

52

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦେଶୀ ଶାସନ ବିରୁଦ୍ଧରେ ଜାଗୃତି ଆଣିଥିବା ସ୍ୱତନ୍ତ୍ରତା ସଂଗ୍ରାମ ଅଗଷ୍ଟ କ୍ରାନ୍ତିର ସ୍ମରଣ ଦିବସ ଅବସରରେ ବିଜେପି ଯୁବମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ଆହ୍ୱାନ କ୍ରମେ ଡାହାଣିଗଡିଆ ଠାରେ ଅବହେଳିତ ଭାବେ ଥିବା ମହାନ ସଂଗ୍ରାମୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଦେଶକୁ ସ୍ୱାଧୀନ କରିବା ପାଇଁ ଜୀବନକୁ ବଳି ପକାଇଥିବା ଭଦ୍ରକ ଜିଲ୍ଲାର ମହାନ ସଂଗ୍ରାମୀମାନଙ୍କ ସ୍ୱୃତି ଚାରଣ କରାଯାଇଥିଲା। ବିଜେପି ରାଜ୍ୟ ସଂପାଦକ ତଥା ଭଦ୍ରକ ଲୋକସଭା ନେତା ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନେତା ତଥା ପୂର୍ବତନ ଜିଲ୍ଲାସଭାପତି ବଦ୍ରିନାରାୟଣ ଧଳ, ଶଶୀକାନ୍ତ ବିଶ୍ୱାଳ, ଭଗବାନ ପଣ୍ଡା, ଚନ୍ଦ୍ରମୋହନ ମହପ।।ତ୍ର, ବିକାଶ ପାଢୀ, ବିକାଶ ଶ୍ରେଷ୍ଠା, ଦୁର୍ଗା ନାୟକ, ସରୋଜ ରାଉତ, ସୂରଜ ସେଠୀ, ସୁରେଶ ରାଉତ, ଅମ୍ବିକା ଦାସ, ତପନ ମହାନ୍ତି, ମହମ୍ମଦ ଅଲୀ ସବର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶାରୁ ୧୦ଜଣ ସ୍ୱାଧିନତା ସଂଗ୍ରାମୀଙ୍କୁ ମହାମହିମ ରାଷ୍ଟପତି ରାମନାଥ କୋବିଦ ସମ୍ବର୍ଦ୍ଧିତ କରିଥିବାରୁ ତାଙ୍କୁ କୃଜ୍‌ୟତା ଜ୍ଞାପନ କରାଯାଇଥିଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.