ବିଜେପି ଯୁବମୋର୍ଚ୍ଚାର ମିଲେନିୟମ୍ ଭୋଟର କ୍ୟାମ୍ପେନ

ଢେଙ୍କିକୋଟ, ତା୦୬/୦୭(ଓଡିଆ ପୁଅ /ବିରେନ୍ଦ୍ର କୁମାର )- ଘଷିପୁରା ନିର୍ବାଚନ ମଣ୍ଡଳୀ ପଣ୍ଡାପଡ଼ା ଜୋନ ସ୍ଥରୀୟ ମିଲେନିୟମ ଭୋଟର କ୍ୟାମ୍ପନ ଶୁକ୍ରବାର ପଣ୍ଡାପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବମୋର୍ଚ୍ଚା ତରଫରୁ ଏହି ମିଲେନିୟମ୍ ଭୋଟର କ୍ୟାମ୍ପେନ ବୈଠକ ରେ ପଣ୍ଡାପଡ଼ା ଜୋନ ସଭାପତି ଯଦୁମଣି ପାତ୍ର ଙ୍କ ଅଧ୍ୟକ୍ଷତା ରେ ଯୁବ ମୋର୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ , ସାଧାରଣ ସମ୍ପାଦକ ପ୍ରକାଶ ମଲ୍ଲିକ , ସମ୍ପାଦକ ଜିତେନ୍ଦ୍ର ପଲେଇ ପ୍ରମୁଖ ଙ୍କ ଉପସ୍ଥିତି ରେ ସମ୍ପାଦିତ ହେଇଛି ।ଅନ୍ୟ ମାନଙ୍କ ମଧ୍ୟ ରେ ପଣ୍ଡାପଡ଼ା ଜୋନ ସଭାପତି ସଞ୍ଜୟ ସାହୁ , ସାଧାରଣ ସମ୍ପାଦକ ମୁରଲୀ ମହାନ୍ତ , ଯୁବ ମୋର୍ଚା ଢେଙ୍କିକୋଟ ସଭାପତି ବାବୁନି ରଣା , ସାଧାରଣ ସମ୍ପାଦକ ଜୟଦେବ ଗିରି , ଘଟଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସତ୍ୟମ୍ ଦେହୁରୀ ପ୍ରମୁଖ କାର୍ୟ୍ୟକ୍ରମ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *