ଓଡ଼ିଶା

ବିଜେପି ମିଶ୍ରଣ ପର୍ବ: ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀଙ୍କ ସହ ବଡମ୍ବାର ଶତାଧିକ ରାଜନୈତିକ କର୍ମୀ ବିଜେପିରେ ସାମିଲ

ଭୁବନେଶ୍ୱର, ୦୯/୦୬ (ଓଡ଼ିଆ ପୁଅ) : ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ବରିଷ୍ଠ ଅଧିକାରୀ ଶ୍ରୀ ଅଶୋକ କୁମାର ତ୍ରିପାଠୀଙ୍କ ସମେତ ଭୁବନେଶ୍ୱର ଏବଂ କଟକ ଜିଲ୍ଲା ବଡମ୍ବା ଅଂଚଳରର ବହୁ ରାଜନୈତିକ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବିମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ପୂର୍ବତନ ରାଜସ୍ୱ ବୋର୍ଡ ସଦସ୍ୟ ଓ କେବିକେ ପ୍ରଶାସକ ଶ୍ରୀ ତ୍ରିପାଠୀ ଏହି ଅବସରରେ କହିଛନ୍ତି। ଗତ ୪ ବର୍ଷ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦୀଙ୍କ ଶାସନରେ ଦେଶକୁ ବିକାଶ ଦିଗରେ ଆଗେଇ ନେଇଛନ୍ତି। ସେହିପରି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ବିକାଶ ପାଇଁ ୧ ଲକ୍ଷ ୫ ହଜାର କୋଟି ଟଙ୍କାର ବିନିଯୋଗ କରାଇଛନ୍ତି। ଆଗମୀ ଦିନରେ ଓଡିଶାରେ ବିଜେପି ସରକାର ଆସିଲେ ରାଜ୍ୟର ବିକାଶ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ତ୍ରିପାଠୀ ୧୯୮୧ ବ୍ୟାଚ୍ ର ଅଫିସର। ଏଥି ସହ ସେ ପ୍ରଶାସନିକ ଅଧିକାରୀ ଭାବେ ଓଡିଶା କ୍ୟାଡେରରେ ଯୋଗ ଦେଇ ରାଜ୍ୟରେ ୩୫ ବର୍ଷରୁ ଉର୍ଦ୍ଧ୍ୱ ସେବା ଯୋଗାଇ ଆସିଛନ୍ତି। ଶ୍ରୀ ତ୍ରିପାଠୀ ଖଡଗପୁର ଆଇଆଇଟିର ଗୋଲ୍ଡ ମେଡାଲିଷ୍ଟ ଏବଂ ପୂର୍ବରୁ ସେ ଭାବା ଅଟୋମିକ ରିସର୍ଚ୍ଚ ସେଂଟରରେ ବୈଜ୍ଞାନିକ ଭବେ କାର୍ଯ୍ୟ କରୁଥିଲେ।

ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱରର ବରିଷ୍ଠ ଡାକ୍ତର ଡ. ବିଶ୍ୱନାଥ ପଟ୍ଟନାୟକ, କର୍ଣ୍ଣେଲ ଲୋକନାଥ ସାହୁଙ୍କ ସମେତ ବରିଷ୍ଠ ନାଗରିକ ପ୍ରଦୀପ ପଟ୍ଟନାୟକ, ପ୍ରତାପ ମିଶ୍ର, ଆକାଶ ମୁଖୀ, ଗୀତା ମହାନ୍ତି, ଶାନ୍ତି ଜେନା, କୁଲମତି ଭୋଇ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀର ବେଲିଆପାଳ ଗ୍ରାମ ପଂତାୟତର ସମିତି ସଭ୍ୟ ତଥା ପୂର୍ବତନ ରତାପାଟ ଗ୍ରାମ ପଂଚାୟତର ସରପଂଚ ଶ୍ରୀ ବିଜୟ କୁମାର ଦଳବେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ରତାପାଟ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଫୁଲ କୁମାର ବରାଳ, ରଟାପାଟ ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ ଦୁର୍ଗା ଦଳବେହେରା, ବେଲିଆପାଳ ଗ୍ରାମ ପଂଚାୟତର ସରପଂଚ ବିଚିତ୍ରାନନ୍ଦ ପଣ୍ଡା, ଦଶରଥୀପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଗଙ୍ଗାଧର ସାମଲଙ୍କ ସମେତ ମାଳତୀ, ଗୋପାଳପୁର, ଜାଣିସାହି, ବାଙ୍ଗିରୀସିଙ୍ଗା, ଜଡୁମ, ଦିନିଆରୀ ଆଦି ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ, ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ, ବିଜେଡି ନେତା, ଛାତ୍ରନେତା ପ୍ରମୁଖ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଦ୍ଧିବଦ୍ଧ ଭାବେ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି।

ବଡମ୍ବା କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ବଡମ୍ବା ଓକିଲ ସଂଘର ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ଜେନା, ପୂର୍ବତନ ସଂପାଦକ ଦିଲୀପ ସାମନ୍ତ, ବଡମ୍ବା ନରସିଂହପୁର ଯୁବ କଂଗ୍ରେସ ସଭାପତି ଆଡଭୋକେଟ ପ୍ରିୟଦର୍ଶୀ ଶୁଶ୍ରତ, ବଡମ୍ବା ବାର ଆସୋସିଏସନ ସେକ୍ରେଟାରୀ ଲଳିତ ମୋହନ ଲେଙ୍କା, ଉପସଭାପତି ସଲିଲ କୁମାର ଜେନାଙ୍କ ସମେତ ଅନେକ ସଂଖ୍ୟାରେ ଆଇନଜୀବୀ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ଓଡିଶାର ଜଣେ ବରିଷ୍ଠ ପ୍ରଶାସନିକ ଅଫିସର, ଭୁବନେଶ୍ୱରର ଅନେକ ବରିଷ୍ଠ ନାଗରିକମାନେ, ବଡମ୍ବା ଏବଂ ନରସିଂହପୁରରୁ ଆସି କଂଗ୍ରେସ, ବିଜେଡି ଓ ସିପିଆଇ ଦଳ ଛାଡି ଆସିଥିବା ସମସ୍ତ ବର୍ତମାନ ଏବଂ ପୂର୍ବତନ ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ, ଯୁବ ନେତା, ଛାତ୍ର ନେତାଙ୍କ ସମେତ ଆଇନଜୀବୀ, ଶିକ୍ଷକ, ସମାଜସେବୀ ଏବଂ ଅବସରପ୍ରାପ୍ତ ସୈନିକ ବିଜେପିରେ ଯୋଗଦାନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ ଜଣାଇବା ସହ ସମସ୍ତଙ୍କୁ ସାଧୁବାଦ ଏବଂ କୃତଜ୍ଞତା ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ୍ ହେବା ସହ ଆଗାମୀ ଦିନରେ ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ସ୍ୱାଧୀନତା ପଇବା ପୂର୍ବରୁ ଓଡିଶାର ମୋଗଲ ବନ୍ଦୀ ଓ ଗଡଜାତ ଅଂଚଳରେ ଇଂରେଜମାନଙ୍କ ସହ ଲଢେଇ ହୋଇଥିଲା। ଓଡିଶାର ଗଡଜାତ ଅଂଚଳ ଲଢେଇ ମଧ୍ୟରୁ ବଡମ୍ବା ନରସିଂହପୁର ଅଂଚଳବାସୀଙ୍କ ଯୋଗଦାନ ଏକ ସ୍ୱତନ୍ତ୍ର ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଗତ ପଂଚାୟତ ନିର୍ବାଚନରେ ବଡମ୍ବା ଏବଂ ନରସିଂହପୁର ଅଂଚଳରରେ ବିଜେପି ଅଭୂତପୂର୍ବ ସଫଳତା ପାଇଥିଲା ସେହିପରି ୨୦୧୯ରେ ସାରା ଓଡିଶାରେ ସଫଳତା ମିଳିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ଉପସଭାନେତ୍ରୀ ଶ୍ରୀମତୀ ସୁକେଶୀ ଓରାମ, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ପ୍ରବକ୍ତା ଗୋଲକ ମହାପାତ୍ର ପୀତାମ୍ବର ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମିହିର ଦାସ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, କଟକ ଜିଲ୍ଲା ସଭାପତି ଚୈା. ହେମନ୍ତ ସାହୁଙ୍କ ସମେତ ଦଳର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top