ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯିବ ଆନ୍ତର୍ଜତିକ ମହିଳା ଦିବସ

ଭୁବନେଶ୍ୱର, ତା.୦୭/୦୩ (ଓଡ଼ିଆ ପୁଅ) : ଆସନ୍ତା କାଲି ଆନ୍ତର୍ଜାତିକ ମହିଳା ଦିବସ। ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇ ସେମାନଙ୍କୁ ସଶକ୍ତ କରାଇବା ହେଲା ମୂଳ ଉଦ୍ଦେଶ୍ୟ। ତେଣୁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖଟିକୁ ମହିଳାମାନଙ୍କ ପାଇଁ ଉତ୍ସର୍ଗ କରାଯାଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଏ। ଏହି ଅବସରରେ ଚଳିତ ବର୍ଷ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟଠାରେ ପାଳନ କରାଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମହିଳା କଲ୍ୟାଣ ଯୋଜନାର ସଫଳ କ୍ରୀୟାନ୍ୱୟନ ଉପରେ ଆଲୋଚନା କରାଯିବ। ସେହିପରି ରାଜ୍ୟରେ କ୍ରମାଗତ ବୃ୍ଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ଓ ଅପରାଧ ସଂପର୍କରେ ଆଲୋଚନା କରାଯିବ।

ମହିଳା ଦିବସ ପାଳନ ଅବସରରେ ମହିଳା ମୋର୍ଚ୍ଚା ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ, ବିଶିଷ୍ଟ ଲେଖିକା ମାଳବିକା ରାୟ, ଅଭିନେତ୍ରୀ ଅପରାଜିତା ମହାନ୍ତି, ଅନୁ ଚୈାଧୁରୀ ପ୍ରମୁଖ ଆଲୋଚନାରେ ଯୋଗ ଦେଇ ନିଜ ମତାମତ ରଖିବେ।

ଏହି ଆଲୋଚନା ଚକ୍ରରେ ମହିଳା ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାର୍ଯ୍ୟକର୍ତା ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତିା

Leave a Reply

Your email address will not be published. Required fields are marked *