ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ତା୧୮/୦୮(ଓଡ଼ିଆ ପୁଅ): ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ମହିଳା ମୋର୍ଚ୍ଚା ପକ୍ଷରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ଅଧ୍ୟକ୍ଷତାରେ ଶତାଧିକ ମହିଳା ଏକାଠି ହୋଇ ସ୍ୱର୍ଗତଃ ଅଟଳଜୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧା ସୁମନ ଅପର୍ଣ କରିଥିଲେ।

ଏହି ଅବସରରେ ଶ୍ରୀମତୀ ପରିଡା ମହିଳାଙ୍କ ପ୍ରତି ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନକୁ ମନେ ପକାଇଥିଲେ। ସ୍ୱର୍ଗତଃ ଅଟଳ ଜୀ ଦେଶର ସାରା ମାତୃଜାତିଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ। ଲିଙ୍ଗ ଭେଦ ଭିତରେ ସେ ସାମଞ୍ଜସ୍ୟ ଦେଖୁନଥିଲେ। ଏପରିକି ଶେଷ ସମୟରେ ସ୍ୱର୍ଗତଃ ବାଜପେୟୀଙ୍କ ନିଜ ପାଳିତ କନ୍ୟା ମୁଖାଗ୍ନି ଦେବା ସାରା ମାତୃଜାତିକୁ ହତବାକ କରିଛି ବୋଲିଛି ଶ୍ରୀମତୀ ପରିଡା କହିଥିଲେ। ରାଜ୍ୟ ସାଧାରଣ ସଂପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ଉପସଭାପତି କାନନବାଳା ପଟ୍ଟନାୟକ, ନିୟତି ଗିରି, ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ପଟ୍ଟନାୟକ, ମନ୍ଦାକିନୀ ପାତ୍ର, ସାଧାରଣ ସଂପାଦିକା ଦିପ୍ତୀମୟୀ ମକଦମ, ମମତା ଦାସ, ମିନତୀ ବାରିକ, କିଷ୍ଣା ମିଶ୍ର, ଶଶିପ୍ରଭା ରଥ, ବନ୍ଦନା ଦାଶ କାନୁନଗୋ, ରତ୍ନମଂଜରୀ ବିଶ୍ୱାଳ ପ୍ରମୁଖ ସ୍ୱର୍ଗତଃ ଅଟଳଜୀଙ୍କ ସ୍ମୃତି ଚାରଣ କରି ଦେଶ ପ୍ରତି ତାଙ୍କ ଅବଦାନ ସଂର୍ପକରେ ଆଲୋକପାତ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ଓ କଟକ ଜିଲ୍ଲାର ଶତାଧିକ ମହିଳା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *