ଓଡ଼ିଶା

ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ:୮/୬(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ହଚିବା ଘଟଣାରେ ବିଜେପି ରାଜ୍ୟ ତମାମ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ କରିବ। ଆସନ୍ତା ୧୧ତାରିଖରେ ସବୁ ଜିଲ୍ଲା ଓ ସବ୍ଡ଼ିଭିଜନରେ ବିକ୍ଷୋଭ କରିବ ବିଜେପି। ଏଥି ସହ ୧୨ ତାରିଖ ଠାରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟ ତମାମ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ଓ ଏତଲା ଦିଆଯିବ। ଏଥି ସହ ରାଜ୍ୟ ସାରା ଶ୍ରୀ ଜଗନ୍ନାଥ ମନ୍ଦିର ମାନଙ୍କରେ ସମୁହ ଦୀପଦାନ କରାଯିବ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବିଜେପି ନେତୃତ୍ୱ ମଣ୍ଡଳୀ ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେପି ଅଭିଯୋଗ ଆଣିଛି ଯେ ରାଜ୍ୟ ସାକାର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଆଇନଗତ ପଦକ୍ଷପ ଦେବା ପରିବର୍ତେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ଦୃଷ୍ଠି ଏଡ଼ାଇବା ପାଇଁ ଏକ ଏହି ଭଳିକି କରୁଛନ୍ତି। ରତ୍ନ ଭଣ୍ଡାର ଚାବି ହଜିଲା ଏକ ସଂଙ୍ଗୀନ ଫୈାଜଦାରୀ ଅପରାଧ, ଏହା ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ, ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା ବିଜେପି ଉପସଭାପତି ସମୀର ମହାନ୍ତି ସାଧାରଣ ସଂମ୍ପାଦକ ପୃଥିରାଜ ହରିଚନ୍ଦନ, ପ୍ରାକ୍ତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ କନକ ଦର୍ଦ୍ଦନ ସିଂହ ଦେଓ, ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top