ad
ଜିଲ୍ଲା ପରିକ୍ରମା

ବିଜେପି ପକ୍ଷରୁ ଲଟକା ଜାରି

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବିଜ୍ଞପିତ ଅଞ୍ଚଳର ବଣ୍ଟା ଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରକୃତ ହିତାଧିକାରୀଙ୍କୁ ମିଳିନଥିବାରୁ ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ବିଜେପି ନଗର ପକ୍ଷରୁ ଏନଏସି କାର୍ଯ୍ୟାଳୟରେ ଲଟକା ଜାରୀ କରାଯିବା ସହିତ ପ୍ରତିବାଦ କରାଯାଇଥିଲା। ପ୍ରଥମେ ସାନ ବଜାର ଛକ ଠାରୁ ଦଳ ପକ୍ଷରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ପ୍ରତିବାଦ ସଭାରେ ଦଳର ଜିଲା ସଂପାଦକ ଅଶୋକ କୁମାର ପୁହାଣଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ନାରୀ ନେତ୍ରୀ ମନୋସ୍ମିତା ଖୁଣ୍ଟିଆ, ମାନସୀ ଜେନା, ପୁଷ୍ପାଞ୍ଜଳି ବେହେରା, ଜିଲା ପରିଷଦ ମନୋଜ ମଲ୍ଲିକ, ଦୋବଲ ମଣ୍ଡଳ ସଭାପତି ଅରବିନ୍ଦ ପତି, ବିଜୟ ରାମ, ବିରେନ୍ଦ୍ର ଜେନା, ସେକ ନୁରାନୀ, ନିରାକର ପଣ୍ଡା, ପ୍ରଦୀପ ବଳ, ଭୁବେନ୍ଦ୍ର ନାୟକ, ମିଡିଆ ସେଲର ଅଧ୍ୟକ୍ଷ ବୈକୁଣ୍ଠନାଥ ସାହୁ, ଜିଲା ଆଇଟି ସେଲର ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ବଣ୍ଟା ଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶକୁ ରଦ୍ଧ କରାଯିବା ସହ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ଦାବି କରିଥିଲେ। ପରେ ଦଳପକ୍ଷରୁ ସାତଦଫା ସମ୍ବଳିତ ଏକ ଦାବିପତ୍ର କାର୍ଯ୍ୟନିର୍ବାହୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନଗର ସଭାପତି କୈଳାସ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top