ଓଡ଼ିଶା

ବିଜେପି ପକ୍ଷରୁ ଯୋଡା ବ୍ଲକ ଘେରାଉ

ଯୋଡା – ୨୯-୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପୂର୍ବାହ୍ନରେ ବିଭିନ୍ନ ଦାବି ନେଇ ବ୍ଲକ ଘେରାଉ କରାଯାଇଛି। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ବ୍ୟାପକ ଦୁ୍ର୍ନିତି, ସମସ୍ତ କାର୍ଯ୍ୟାଳୟରେ ପି.ସି. କାରବାର ବନ୍ଦ, କାନପୁର ପ୍ରକଳ୍ପର କଚ୍ଛପ ଗତି, ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗ ଏବଂ ଏଥିରେ ପ୍ରିୟାପ୍ରୀତି ପୋଷଣ ତଥା ଭ୍ରଷ୍ଟାଚାର ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ଘେରାଉରେ ଯୋଡା ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୫ଶହରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେଇଥିଲେ। ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରଭାରୀ ସୋମବାରୀ ମୁଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ସୁକେଶୀ ଓରାମ, ବଡବିଲ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲିପ ମିଶ୍ର, ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଶ୍ରୀମନ୍ତ ତ୍ରିପାଠୀ, ମିତ୍ରଭାନୁ ମହାକୁଡ, ରଣଜିତ୍ ମହାକୁଡ, ଦୁଲାଲ ସୋରେନ, ରାଜାରାମ ଓରାମ, କ୍ଷୀରୋଦ ମହାନ୍ତ, ନୀଳମଣୀ ମହାନ୍ତି, ଅଗନୁ ମହାନ୍ତି, ରମେଶ ପ୍ରଧାନ, ସିଦ୍ଧାନ୍ତ ସିଂ ପ୍ରମୁଖ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top