ବିଜେପି ପକ୍ଷରୁ ଦୁର୍ନୀତି ବିରୋଧୀ ଅଭିଯାନ

ଖୋର୍ଦ୍ଧା.ବୋଲଗଡ଼ 8/11 ( ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା ) ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଥିଲା ବେଳେ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀର ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ଓ ସଚେତନତା ସଭା ବୁଧବାର ବାଙ୍କେଇ ମେଡିକାଲ ଛକଠାରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ କଚେରବରିଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା |ମଣ୍ଡଳ ସଭାପତି ସୁବାସଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ସୁବାସ ଜେନା.ଉପସଭାପତି ରୁଦ୍ରନାରାୟଣ ବାହୀନପତି ପ୍ରମୁଖ ବିଜେଡି ର ଦୁର୍ନୀତି ବିରେଧରେ ତୀବ୍ର ସମାଲୋଚନା କରିଥିଲେ |ବାଙ୍କେଇ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା .ଶିକ୍ଷାବ୍ୟବସ୍ତା .ସ୍ୱାସ୍ଥ୍ୟସେବା ଗମନା ଗମନର ଅସୁବିଧା .ସରକାରୀ କାର୍ଯ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର .ସର୍ବୋପରି ଏହି ଅଞ୍ଚଳରସମସ୍ତ ଗରିବ ପରିବାରଙ୍କୁ ପକ୍କାଗୃହ ଓ ରାସନକାର୍ଡ ଯୋଗାଇ ଦେବା ପାଇଁ 10 ଦଫା ସମ୍ବଳିତ ପ୍ରଚାରପତ୍ର ଉପରେ ଆଲୋଚନା କରାଯାଇଥିଲା |2019 ‘ସବକା ସାଥ ସବକା ବିକାଶ’ ନାରା ଦେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପୁରୁଖା ତଥା ଅସନ୍ତୁଷ୍ଟ ବିଜେପି କର୍ମୀ ହୋହଲ୍ଲା କରି ସଭାକାର୍ଯ୍ୟକୁ ଅଚଳ କରିଦେଇଥିଲେ |ଏହାପରେ ଯତୀନ ମହାନ୍ତି ସେମାନଙ୍କୁ ବୁଝାସୁଝା କରିବା ପରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା

Leave a Reply

Your email address will not be published. Required fields are marked *