ଅନୁଗୁଳ

ବିଜେପି ପକ୍ଷରୁ ତାଳଚେରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ତାଳଚେର, ୨୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ ଏକ ଅନନ୍ୟ କାର୍ଯ୍ୟକ୍ରମ। ନିଜେ ସ୍ୱଚ୍ଛ ରହିବାସହ ପରିବାର, ପରିବେଶ, ନିଜ ଅଂଚଳ ତଥା ସମଗ୍ର ଦେଶକୁ ସ୍ୱଚ୍ଛ କରିବାପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଅନବରତ କାର୍ଯ୍ୟକ୍ରମ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ସମଗ୍ର ଦେଶ ସାରା ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି। ତାଳଚେର ପୌରାଂଚଳର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡିଥିବାରୁ ଅପରିଷ୍କାର ତଥା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ଜଣ୍ଡିସ୍, ଡେଙ୍ଗୁ ତଥା ବିଭିନ୍ନ ଚର୍ମରୋଗରେ ପୌରାଂଚଳବାସୀ ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ନା ପୌରପରିଷଦ, ରାଜ୍ୟ ସରକାର କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି। ଏଣୁ ଭାରତୀୟ ଜନତା ପାର୍ଟି ତାଳଚେର ପୌରମଣ୍ଡଳର କାର୍ଯ୍ୟକର୍ତାମାନେ ସମର୍ପିତ ମନୋଭାବ ନେଇ ସମଗ୍ର ଅଂଚଳକୁ ପର୍ଯ୍ୟାୟକ୍ରମେ ସ୍ୱଚ୍ଛ କରିବାକୁ ନିଷ୍କତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ମରେ ତାଳଚେର ବସଷ୍ଟାଣ୍ଡଠାରେ ତାଳଚେର ପୌରମଣ୍ଡଳର ଶତାଧିକ ବିଜେପି କାର୍ଯ୍ୟକର୍ତାମାନେ ହାତରେ ଝାଡୁ ଧରି ସମଗ୍ର ବସଷ୍ଟାଣ୍ଡ ଅଂଚଳକୁ ଦୀର୍ଘ ଘଂଟା ଧରି ସଫେଇ କରିଥିଲେ। ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଯୋଗ ଦେଇ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନର ସଂଯୋଜକ ପର୍ଶୁରାମ ବାରିକ୍ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ତଥା କାଉନସିଲର ପ୍ରକାଶ ମହାରଣା, ପୌରମଣ୍ଡଳ ସଭାପତି ଯଶୋବନ୍ତ ଦାସ୍, କାଉନସିଲର ଜିତେନ୍ଦ୍ର ଦାସ୍, ବାଲ୍ମିକୀ ପ୍ରସାଦ କେଶରୀ, ଜ୍ଞାନେନ୍ଦ୍ରୀୟ ସେଠୀ, ଜୟନ୍ତ ଭୂତିଆ, ବରିଷ୍ଠ ନେତା ଚିନ୍ତାମଣି ମହାପାତ୍ର, ପିତାମ୍ବର ଦାସ୍, କାଳନ୍ଦୀ ପ୍ରଧାନ, ସତ୍ୟବନ୍ତ ସାହୁ, ପ୍ରଶାନ୍ତ ଦାସ୍, ଯୁବମୋର୍ଚ୍ଚା ସଭାପତି ସୁବ୍ରତ ସାହୁ, ମଣ୍ଡଳ ସମ୍ପାଦକ ନିରୋଜ ଦାସ୍, ଆଇନଜୀବୀ ଅଖିଳ ସାମଲ, ଅକ୍ଷୟ ବିଶ୍ୱାଳ, ବିରେନ୍ଦ୍ର ଖଣ୍ଡୁଆଳ, ଶଙ୍କର୍ଷଣ ବେହେରା, ରମେଶ ସାହୁ, ଜଗଦୀଶ୍ୱର ସାହୁ, ଶିବରାମ ନାଏକ ଏବଂ ପୂର୍ଣ୍ଣଚନ୍ଦ୍ର ବେହେରା ସମେତ ଶତାଧିକ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top