କଟକ

ବିଜେପି ପକ୍ଷରୁ ଆର.ଡି.ସି ଅଫିସ ଘେରାଉର ପ୍ରସ୍ତୁତି ବୈଠକ

କଟକ.୧୮-୦୯ (ଓଡ଼ିଆ ପୁଅ) ଆଗାମୀ ୨୦ ତାରିଖରେ ହେବାକୁ ଥିବା ଆର.ଡି.ସି ଅଫିସ ଚାଲ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ କଟକ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି। ୨୦୦୦ ମସିହାରେ ତତ୍କାଳିନ ନଗର ଉନ୍ନୟନ ମନ୍ତ୍ରୀ ଥିବାବେଳେ ସିଡିଏ ଅଧିନରେ ଥିବା ମହାନଦୀ ବିହାର ଅଂଚଳକୁ ଲିଜ ହୋଲ୍ଡରୁ ଫ୍ରୀ ହୋଲ୍ଡ କରାଯାଇଥିଲା। ନିୟମ ଅନୁସାରେ ରାଜସ୍ୱ ବିଭାଗରୁ ଜମି ନେଇ କଟକ ଉନ୍ନୟନ (ସି.ଡି.ଏ) କରାଗଲା, ସ୍ୱରେଜ, ଡ୍ରେନେଜ, ରାସ୍ତା, ଲାଇଟ, ପାଣି ସମସ୍ତ ବ୍ୟବସ୍ଥା କରି ସାଧାରଣ ଲୋକଙ୍କୁ ଜମି ବଂଟନ ବ୍ୟବସ୍ଥା କରିଥାନ୍ତି, ପରବର୍ତି ପର୍ଯ୍ୟାୟରେ ମହାନଗର ନିଗମ (ସି.ଏମ୍.ସି) କୁ ହସ୍ତାନ୍ତର କରିଥାନ୍ତି। ସି.ଏମ୍.ସି ଲୋକଙ୍କ ଠାରୁ ଟିକସ ନିଅନ୍ତି ଏବଂ ସମସ୍ତ ସର୍ବନିମ୍ନ ସୁବିଧାର ସି.ଏମ୍.ସି ଦାୟିତ୍ୱ ନେଇଥାଏ। ସି.ଡି.ଏ, ସି.ଏମ୍.ସିକୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ଆଉ କୌଣସି ଟିକସ ଲାଗୁ କରାନଯିବାର ନିୟମ ରହିଛି। ସି.ଏମ୍.ସି ସି.ଡି.ଏର ସମସ୍ତ ଜମିର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇ ହୋଲ୍ଡିଂ ଟିକସ ଲାଗୁ କରିବା ପରେ ନିୟମାନୁଯାୟୀ ସି.ଡି.ଏ ଦେଇଥିବା ଲିଜ୍ ହୋଲ୍ଡ ରୁ ଫ୍ରୀ ହୋଲ୍ଡ ହେବାର ଆଇନ୍ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗ ଏବଂ ସି.ଡି.ଏ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତୁରନ୍ତ ସମାଧାନ ଦାବି ଓ ସି.ଡି.ଏ ବାସୀଙ୍କୁ ହକ୍ ଦେବା ନେଇ ମୁଖ୍ୟ ବିଷୟବସ୍ତୁ ଥିବା ଏହି ବୈଠକରେ ଦଳର ସାଧାରଣ ସମ୍ପାଦକ ଦୟାନିଧି ଲେଙ୍କା, ଗୀତାରାଣୀ ଦାସ, କର୍ପୋରେଟର ଚିତରଞ୍ଜନ ଦାସ, ଅକ୍ଷୟ କୁମାର ଆଚାର୍ଯ୍ୟ, ମନୋରମା ରଉତ, ଦେବାଶିଷ ଘୋଷ, ଲଲାଟେନ୍ଦୁ ଦାସ, ଜ୍ୟୋତି ରଞ୍ଜନ ପଲାଇ, ପ୍ରଶାନ୍ତ ଦାସ, ସଞ୍ଜୀବ ରାଣା, ବିଜୟଲକ୍ଷ୍ମୀ ତ୍ରିପାଠୀ, ମୀନକେତନ ଦାସ, ହରପ୍ରଶନ୍ନ ଦାସ ପ୍ରମୁଖ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ନିଜ ନିଜ ର ମତ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top