ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବିଜୟଙ୍କୁ ନେଇ ଫୁସ ଫୁସ

କେନ୍ଦ୍ରାପଡା ୭/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଇଫେକ୍ଟ ଯୋଗୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବୋଲକରା ସାଜିଥିବା ସ୍ଥାନୀୟ ବି.ଜେ.ପି ନେତାଙ୍କ କଥାରେ ସଂଗଠକମାନେ ସଂଗଠନକୁ ଆଗକୁ ନେଇ ପାରୁନଥିବା ଆଜି ଅନୁଷ୍ଠିତ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରୁ ସ୍ପଷ୍ଟ ହୋଇଯାଇଛି । ତେବେ କେନ୍ଦ୍ରାପଡା ଜିଲ୍ଳାରେ ବିଜୟଙ୍କୁ ବାଦ ଦେଇ ବିଜେପି ସଙ୍ଗଠନକୁ ଆଗକୁ ନେବାକୁ ଉଦ୍ୟମ କରୁଥିବା ମୁଳ ବିଜେପିରେ ବିଭିନ୍ନଦଳର ଯେତେ ନେତାକୁ ସାମିଲ କଲେ ବି ଏହି ବୈଠକରେ ଯୋଗ ଦେଇଥିବା ମୂଳ ନେତାମାନେ ବିଜୟଙ୍କୁ ନେଇ ଫୁସ ଫୁସ ହେବା ଘଟଣା ଏଠାରେ ବିଜେପି ସଂଗଠକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ବୈଠକରେ ଯୋଗଦେଇଥିବା ରାଜ୍ୟ ବିଜେପି ନେତାମାନେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ସଂଗଠନ ବଢାଇବା ନେଇ ଯେଉଁ ଫର୍ମୁଲା ପୂର୍ବରୁ ଦେଇଥିଲେ ସେ ସଂପର୍କରେ ସଦସ୍ୟମାନଙ୍କୁ ପଚାରିଥିଲେ ଏବଂ କିଏ କ’ଣ କରିଛନ୍ତି ବୋଲି ପ୍ରଶ୍ନରେ ମାତ୍ର ଅଳ୍ପ କେତେକ ସଦସ୍ୟ ହାତ ଟେକୁଥିବା ଦେଖାଯାଇଥିଲା । ଯାହାକି ରାଜ୍ୟ ସଂଗଠକ ତଥା ଜିଲ୍ଲା ପ୍ରଭାରୀ ଦିଲ୍ଲିପ ମଲ୍ଳିକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ସେ ଏଥିନେଇ ବିରକ୍ତି ପ୍ରକାଶ କରିବା ସହ ତୁମେମାନେ କିପ୍ରକାର ନେତା ହେବ । ଖାଲି ବୈଠକକୁ ଆସି ବେକରେ ଓର୍ଦ୍ଦା ପକାଇ ଦେଲେ କଣ ନେତା ହୋଇଯିବ କି’ବୋଲି ପ୍ରଶ୍ନ କରିବା ସହ ପ୍ରତ୍ୟେକ ଗାଁରେ “ଏଥର ବିଜେପି ସରକାର , ଏଥର ବିଜେପି “ ଆଦି କାନ୍ଥରେ ଲେଖା ଯିବା ସହ ପଦ୍ମଫୁଲ ଚିତ୍ର ହେଲାଣି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ତେବେ ଦଳୀୟ ସଦସ୍ୟମାନେ ନିଜେ ବିଜେପି ନେତା ହୋଇ ବୁଲିଲେ ସଂଗଠନ ନକଲେ ତୁମକୁ ନେତା ବୋଲି କିଏ ମାନିବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ତେବେ ନେତାଙ୍କ ଏପରି ମନ୍ତବ୍ୟ ପରେ ସେଠାରେ ଉପସ୍ଥିତ ଥିବା କେତେକ ବିଜେପି କର୍ମୀ ମୁରୁକି ହସା ଦେବା ସହ କହିଥିଲେ କି ବିଜୟଙ୍କୁ ଛାଡି ଏମାନେ କେମିତି ସଂଗଠନକୁ ଆଗକୁ ନେଉଛନ୍ତି ତାହା ଦେଖିବାକୁ ଆସିଥିଲୁ । ବିଜୟଙ୍କ କେନ୍ଦ୍ରାପଡା ଆସୁଥିବା କଥା ଶୁଣିଲେ ବିନା ପ୍ରଚାରରେ ଶହ ଶହ ଳୋକ ରୁଣ୍ଡ ହୋଇଯାଉଥିବା ବେଳେ ଏଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇଥିବା ନେତା ମାନେ ସଂଗଠନକୁ ଆଗକୁ ନେବା ପାଇଁ କୈାଣସି କାର୍ଯ୍ୟ କରିପାରୁନଥିବା ବେଳେ ବିଜେପି ସଂଗଠନ କେମିତି ଜିଲ୍ଲାରେ ଆଗେଇବ ବୋଲି ପ୍ରଶ୍ନ କରିଥିଲେ । ଏହି କାର୍ଯ୍ୟକାରିଣୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ,ରାଜ୍ୟ ସଙ୍ଗଠନ ମନ୍ତ୍ରି ଶାରଦା ଶତପଥୀ,ଇଂ ଜ୍ଞାନଦେବ ବେଉରା,ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ,ଅଲେଖ ଚନ୍ଦ୍ର ଜେନା,ଉକôଳ କେଶରୀ ପରିଡା,ବିଷ୍ଣୁ ଦାସ,ସୁନାକର ବେହେରା,ଜିଲ୍ଲା ଉପସଭାନେତ୍ରୀ ଉର୍ମିଳା ସେଠୀ,ଗଗନ ବିହାରୀ ସାହୁ,ଉପିନ ରାଉତ,ବିକ୍ରମ କେଶରୀ ରାଉତରାୟ,କାନନବାଳା ଦାସ,ମାଧବ ମଲ୍ଲିକ,ମନୋଜ ଦାଶ,ଦିଲ୍ଲିପ ଦାସ,ହେମନ୍ତ ପରିଡା,ଗୀତାଞ୍ଜଳି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *