ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ପୁରୀ ୫/୫ (ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ)  ପୁରୀ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ ବଡ଼ଶଙ୍ଖ ସ୍ୱସ୍ତିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରି ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବୈଠକରେ ବିଜେପିର ରାଜ୍ୟ  ଉପସଭାପତି ନୟନ କିଶୋର ମହାନ୍ତି, ସଂଗଠନ ସଂପାଦକ ଶାରଦା ପ୍ରସାଦ ଶତପଥୀ, ଅତିଥି ଭାବେ ଯୋଗଦେଇ ଦଳୀୟ ସଂଗଠନକୁ ବୁଥ୍ ସ୍ତରରେ କିଭଳି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଦିଗ୍ ଦର୍ଶନ ଦେଇଥିଲେ। ଏଥିପାଇଁ ବିଜେପି କର୍ମୀ ମାନେ ଜନସାଧାରଣଙ୍କର ଆସ୍ଥାଭାଜନ  ହେବାକୁ ସେ ପରାମର୍ଶ ଦେବାସହ  ସୁସଂଗଠିତ ଭାବେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ। ପ୍ରାକ୍ତନ ବିଧାୟକ ବାଇଧର ମଲ୍ଲିକ, ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦ୍ଦେବ, ରାଜ୍ୟ କାର୍ଯ୍ୟକାରିଣୀ  ସଦସ୍ୟ ବିରଞ୍ଚି ନାରାୟଣ ତ୍ରିପାଠୀ, ଗାୟତ୍ରୀ ଦାଶ, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ  ସୁରଥ ବିଶ୍ୱାଳ, ଡାକ୍ତର ଦେବେନ୍ଦ୍ର ତରାଇ,  ଓମ୍ ପ୍ରକାଶ ମିଶ୍ର, ଆଶ୍ରିତ ପଟ୍ଟନାୟକ, ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଡାକ୍ତର ବିଶ୍ୱ ନାଥ ରଥ, ଭବାନୀ ପ୍ରସାଦ ଦାସ ମହାପାତ୍ର ପ୍ରମୁଖ ବୈଠକରେ ବକ୍ତବ୍ୟ ରଖି ତୃଣମୂଳ ସ୍ତରରୁ ବିଜେପି ସଙ୍ଗଠନକୁ ସୁଦୃଢ଼ କରିବାକୁ କର୍ମକର୍ତ୍ତା ମାନଙ୍କୁ ଆହ୍ୱାନ ଜଣାଇଥିଲେ। ବୈଠକରେ ଆଗାମୀ ୩ ମାସ ପାଇଁ ଦଳୀୟ କାର୍ଯ୍ୟଧାରା ଓ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ରାଜନୈତିକ ଚିଠା ପ୍ରସ୍ତାବ ଆଗାତ  କରାଯାଇଥିଲା। ବିଶେଷ ଭାବେ ସ୍ୱର୍ଗଦ୍ୱାରା ଜମି ଦୂନିର୍ତ୍ତି, ଜିଲ୍ଲାରେ ପାନୀୟ ଜଳର ଅଭାବ ଏବଂ ବିଜେପି ସରକାର ଦୁନିର୍ତ୍ତି ବିରୁଦ୍ଧରେ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ପାଇଁ ବୈଠକରେ ସ୍ତିରିକୃତ ହୋଇଥିଲା। ଉମାକାନ୍ତ ପଟ୍ଟନାୟକ, ସୋମନାଥ ଖୁଣ୍ଟିଆ,  ମମତା ପତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *