ଓଡ଼ିଶା

ବିଜେପି ଛାଡ଼ି – ବିଜେଡିରେ ମିଶିଲେ

ଭୁବନେଶ୍ୱର, ୧୫/୩ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢୁଆଁ, ଜଗନ୍ନାଥପୁର ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚଙ୍କ ସମେତ ୭୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ନେତୃତ୍ବରେ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି। ଆଜିର ଏହି ଯୋଗଦାନ ଫଳରେ ବାସୁଦେବପୁର ବ୍ଳକ ତଥା ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ ନେତୃମଣ୍ଡଳୀ-କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। ବିଜେଡିରେ ଯୋଗଦେଇଥିବା ନେତୃମଣ୍ଡଳୀଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପ-ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ପ୍ରଭାତ ବିଶ୍ବାଳ, ଜନ୍ନାଥପୁର ସରପଞ୍ଚ ଯଦୁନାଥ ନାୟକ, ପଢୁଆଁ ସରପଞ୍ଚ ଦୀନବନ୍ଧୁ ଦାସ, ପୂର୍ବତନ ସରପଞ୍ଚ ପ୍ରଭାକର ଦାଶ, କୁମରପୁରର ପୂର୍ବତନ ସରପଞ୍ଚ ସନାତନ ତରେଇ, ଶ୍ରୀକାନ୍ତ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ସାହୁ, ସୁବାସ ପାଣି, ତ୍ରିଲୋଚନ ଦେ ପ୍ରମୁଖ ଅନ୍ତର୍ଗତ। ଏହି ଯୋଗଦାନ ଅବସରରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ବାଇଁ, ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top