ଜିଲ୍ଲା ପରିକ୍ରମା

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ସମିତିସଭ୍ୟ ଓ ନାୟବ ସରପଂଚ

ଯାଜପୁର-୧୮/୬(ଓଡିଆ ପୁଅ/ଏ.ରାଉତ) ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ସାନସୁଆର ପଂଚାୟତର ସମିତିସଭ୍ୟ କାଳନ୍ଦୀ ଚରଣ ବାରିକ ଓ ନାୟବ ସରପଂଚ ପ୍ରଦୀପ୍ତ କୁମାର ଦାସ। ଏମାନଙ୍କ ସହିତ ଯୁବନେତା ଅନାଥ ଜେନା ଆଜି ତାଙ୍କର ଶତାଧିକ ସମର୍ଥକମାନଙ୍କ ସହିତ ବରୀ ବିଧାୟକ ଦେବାଶିଷ ନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି। ଆଜି ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାନସୁଆର ପଂଚାୟତ ଗସ୍ତ କରିଥିବା ଅବସରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ନିଜନିଜ ସମର୍ଥକ ମାନଙ୍କ ସହିତ ଦଳରେ ଯୋଗଦାନ କରିଥିଲେ। ବିଧାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିବା ସହିତ ଆଗାମି ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହୋଇ ବରୀ ନିର୍ବାଚନ ମଣ୍ଡଳୀ ସହିତ ପଂଚାୟତର ବିକାଶରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଆଜି ଏହି ମିଶ୍ରଣ ପର୍ବରେ ବିଧାୟକଙ୍କ ଯାଜପୁର ବ୍ଲକ ପ୍ରତିନିଧି ଗଣେଶ ଚନ୍ଦ୍ର ମହାକୁଡ, ବରୀ ବ୍ଲକ ବିଜେଡି ସଭାପତି ସେକ୍ ସଫିକଉଦ୍ଦିନ, ଅନନ୍ତ ମଲ୍ଲିକ, ଉତ୍କଳକେଶରୀ ଦାସ, ବିକ୍ରମ କେଶରୀ ପଢିହାରୀ, ପ୍ରସନ୍ନ ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top