ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟସ୍ତରୀୟ ଅକ୍ଷିମୂଠୀ ଉତ୍ସବ ବାଙ୍କୀରେ ପାଳନ କରାଯିବ

– ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏହି ଉତ୍ସବରେ ଯୋଗ ଦେଇ ଅକ୍ଷିମୂଠି ଅନୁକୂଳ କରିବେ

ଭୁବନେଶ୍ୱର, ତା ୧୬/୦୪ (ଓଡ଼ିଆ ପୁଅ) : ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆସନ୍ତା ଏପ୍ରିଲ ୧୮ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିନ କୃଷକର ଆଦ୍ୟ ପର୍ବ ତଥା ମୁଠି ଅନୁକୂଳ ପର୍ବ ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ପାଳନ କରାଯିବ। କଟକ ଜିଲ୍ଲା ବାଙ୍କୀଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟସ୍ତରୀୟ ଅକ୍ଷିମୂଠି ଉତ୍ସବ ପାଳନ କରାଯିବ। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଯୋଗ ଦେଇ ଅକ୍ଷିମୂଠି ଅନୁକୂଳ କରିବେ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ ସୂଚନା ଦେଇଛନ୍ତି।

ରାଜ୍ୟର ନୂଆପଡା ଜିଲ୍ଲାରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ବାଲେଶ୍ୱର ଜିଲ୍ଲାରେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ଭୁବନେଶ୍ୱର ଜିଲ୍ଲାରେ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ସୁନ୍ଦରଗଡ ଜିଲ୍ଲାରେ ସାଧାରଣ ସଂପାଦକ ସମୀର ପାତ୍ର, ଅନୁଗୁଳ ଜିଲ୍ଲାରେ ଭାଗିରଥୀ ପ୍ରଧାନ, ନୟାଗଡ ଜିଲ୍ଲାରେ ବରିଷ୍ଠ ନେତା କୃଷ୍ଣ ଜଗଦେବ, ପୁରୀ ଜିଲ୍ଲାରେ ସଂପାଦକ ଶ୍ରୀରଂଜନ ମଙ୍ଗରାଜ, କୋରାପୁଟ ଜିଲ୍ଲାରେ ଉପସଭାପତି ରଜତ ମାଦଳା, କେନ୍ଦୁଝର ଜିଲ୍ଲାରେ ଉପସଭାପତି ଶଙ୍କର୍ଷଣ ଜେନା, ମାଲକାନଗିରି ଜିଲ୍ଲାରେ ସଂପାଦକ ସୁମନ୍ତ ପ୍ରଧାନ, ଗଜପତି ଜିଲ୍ଲାରେ ଅମୂଲ୍ୟ ନାୟକ, ଦେବଗଡ ଜିଲ୍ଲାରେ ସଂପାଦକ ପ୍ରଦୀପ ମହନ୍ତ, ବୌଦ୍ଧ ଜିଲ୍ଲାରେ ପଦ୍ମ ପଣ୍ଡା, ବରଗଡ ଜିଲ୍ଲାରେ ରାଜକିଶୋର ମେଣ୍ଡଲୀ, କଳାହାଣ୍ଡି ଜିଲ୍ଲାରେ ଅମରେଶ୍ୱର ମିଶ୍ର, ମୟୁରଭଂଜ ଜିଲ୍ଲାରେ ଉପସଭାପତି ନାରାୟଣ ପଟ୍ଟନାୟକ, କନ୍ଧମାଳ ଜିଲ୍ଲାରେ ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ର, ଗଂଜାମ ଜିଲ୍ଲାରେ ସରୋଜ ସାହୁ, ଢେଙ୍କାନାଳ ଜିଲ୍ଲାରେ ରାମଚନ୍ଦ୍ର ପାତ୍ର, ଘୁମୁସର ଜିଲ୍ଲାରେ କୃଷ୍ଣଚନ୍ଦ୍ର ବରାଡ, ଯାଜପୁର ଜିଲ୍ଲାରେ ସଂଜୀବ ରଣା ଏବଂ ଜଗତସିଂହପୁର ଜିଲ୍ଲାରେ ସାଧାରଣ ସଂପାଦକ ରବିନାରାୟଣ ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲାରେ ସଂପାଦକ ଲିଙ୍ଗରାଜ ବାରିକ ପ୍ରମୁଖ ଯୋଗ ଦେଇ ଅକ୍ଷିମୂଠି ଅନୁକୂଳ କରିବେ ବୋଲି ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *