ବିଜେପି ଓ ଆପ୍ର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୧୨.୭ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୫ ନମ୍ବର ୱାର୍ଡର ଶତାଧିକ କର୍ମୀ ବିଜେଡି, ବିଜେପି ଓ ଆମ୍ ଆଦ୍ମି ପାର୍ଟି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଲୋୟର ପିଏମଜି ଠାରେ ଚାଷ ଓ ଚାଷୀ ସ୍ୱାର୍ଥ ବିରୋଧି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ଉଦ୍ୟମରେ ଉପରୋକ୍ତ ଦଳର କର୍ମୀମାନେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ ଓ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ ସମସ୍ତ କର୍ମୀମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ। ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଓ ଶ୍ରୀମତୀ ରଶ୍ମି ମହାପାତ୍ରଙ୍କୁ ସମର୍ଥନ ଜଣାଇ ବିଜେଡି, ବିଜେପି ଓ ଆପ୍ ଦଳ ଛାଡି କଂଗ୍ରେସରେ ଯୋଗ ଦେଲେ ବୋଲି ଯୋଗଦାନ କରିଥିବା କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

କଂଗ୍ରେସରେ ଯୋଗ ଦେଇଥିବା କର୍ମୀମାନେ ହେଲେ ସର୍ବଶ୍ରୀ ସିପ୍ରା ସେନାପତି, ସୁବ୍ରତ କୁମାର ସେନାପତି, ଚୌଧୁରୀ ବିଭୁଦତ, ମୋହନ କୁମାର ଥାପ୍ପା, ଚିତରଂଜନ ସ୍ୱାଇଁ, ବିଷ୍ଣୁଚରଣ ସାହୁ, ସତ୍ୟନାରାୟଣ ସେନାପତି, ସୁରେନ୍ଦ୍ର ସାହୁ, ସୋମନାଥ ହାତୀ, ସଂଗ୍ରାମ ବେହେରା, ରବିନ୍ଦ୍ର ହାତୀ, ସେକ୍ ମହମ୍ମଦ ତକ୍ୱିନ୍, ନାବ ବେହେରା ଓ ସୁବାଷ ବେହେରା ପ୍ରମୁଖ ଶତାଧିକ କର୍ମୀ। ଏଠାରେ ଉଲ୍ଲେଖଯୋଗ୍ୟ, ଯେ ଶ୍ରୀମତୀ ସିପ୍ରା ସେନାପତି ଗତ ବିଏମ୍ସି ନିର୍ବାଚନରେ ବିଜେଡି ଦଳ ତ୍ୟାଗ କରି ୫୫ ନମ୍ବର ୱାର୍ଡରୁ ସ୍ୱାଧିନ ପ୍ରାର୍ଥିନୀ ଭାବେ ନିର୍ବାଚନ ଲଢିଥିଲେ।

Leave a Reply

Your email address will not be published. Required fields are marked *