ଓଡ଼ିଶା

ବିଜେପିର ହରତାଳ ଋଣ ଛାଡ ନ ହେଲେ ଗାଦିଛାଡ

କେନ୍ଦ୍ରାପଡା ୨୬/୦୯(ଲକ୍ଷ୍ମୀକାନ୍ତ ନାୟକ)- ଲଗାଣ ବର୍ଷାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କୃଷି ଓ କୃଷକର ମାତ୍ରାଧିକ କ୍ଷତି ହୋଇଛି। ଫସଲ ହାନିର କ୍ଷତି ପୂରଣ, ଜମିରୁ ପାଣି ନିଷ୍କାସନ, କୃଷିଋଣ ଛାଡକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ସାରା ଜିଲ୍ଲାରେ ଆଜି ହରତାଳ କରିଛି। ବିଜେପି କର୍ମୀମାନେ ଆରଆଇ ଅଫିସ ଏବଂ ମୁଖ୍ୟସ୍ଥାନରେ ଋଣଛାଡ ନ ଚେତ ଗାଦି ଛାଡ ବୋଲି ହରତାଳକରି ଦାବି କରିଛନ୍ତି। କେନ୍ଦ୍ରାପଡା ଏହାର ପ୍ରଭାବ ବିଶେଷ ପଡିନଥିବା ବେଳେ ହାତ ଗଣତି ବିଜେପି ନେତା ସୁନାକର ବେହେରାଙ୍କ ନେତୃତ୍ୱରେ ସହରସ୍ଥ ତିନିମୁହାଣୀ ଛକ, ଭାଗବତପୁର, ବଗଡା, ମେହେନ୍ଦିପୁର, ଆୟବା ଆରଆଇ ଅଫିସ ଆଗରେ ହରତାଳ କରିଥିଲେ। ଜିଲ୍ଲା ବିଜେପି ସଭାପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ହରତାଳରେ ସାମିଲ ହୋଇ ବିଜେଡି ସରକାରଙ୍କୁ ଋଣ ଛାଡ ନ ହେଲେ ଗାଦି ଛାଡର ଆହ୍ୱାନ ଦେଇଥିଲେ। ସେହିପରି ବିରଷ୍ଠ ବିଜେପି ନେତା ଭୂବନ ମୋହନ ଜେନା ମହାକାଳପଡା ନିର୍ବାଚନ ମଣ୍ଡଳୀ, ଉତ୍କଳ କେଶରୀ ପରିଡା ପାଟକୁରା ନିର୍ବାଚନ ମଣ୍ଡଳୀ, ଅଲେଖ କୁମାର ଜେନା ରାଜନଗର ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେଇ ବିଭିନ୍ନ ସ୍ଥାନରେ ହରତାଳ କରିଥିଲେ। ଏହି ହରତାଳରେ ଅନ୍ୟମାନଙ୍କ ମଧ୍ୟରେ ଗୀତା ସେଠୀ, ଉର୍ମିଳା ସେଠୀ, ଗଗନ ସାହୁ, ଉପିନ ରାଉତ, ଭୂବନ ମୋହନ ସିଂହ, ପ୍ରଫୁଲ୍ଲ ଦାସ, ଦିଲ୍ଲୀପ ଦାସ, ଦେବାଶୀଷ ଦାସ, କରୁଣାକର ସାହୁ, ହେମନ୍ତ ପରିଡା, ନେହେରୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top