Home Top News ବିଜେପିର ସାମ୍ବାଦିକ ସମ୍ମିଳନୀରେ ୧ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ବିଜେପିର ସାମ୍ବାଦିକ ସମ୍ମିଳନୀରେ ୧ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

54

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଦଳ ସମର୍ଥନରେ ପ୍ରାର୍ଥୀ ହେଉଥିବା ୨୨ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ଘୋଷଣା କରାଯାଇଛି। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭାସ୍ତରୀୟ ନେତା ବଦ୍ରୀନାରାୟଣ ଧଳ ବିଜୁ ଜନତା ଦଳ ନିର୍ବାଚନକୁ ନିଜ ସପକ୍ଷରେ ନେବା ପାଇଁ ସରକାରୀ କଳକୁ ଅପବ୍ୟବହାର କରିବା, ଭୋଟର ତାଲିକା ପ୍ରସ୍ତୁତିରେ ଯୋଗ ଓ ବାଦ ତାଲିକା ସମ୍ପର୍କୀୟ ଆପତ୍ତି ଅଭିଯୋଗକୁ ବଚାରକୁ ଶାସକଦଳ ଚାପରେ ଏଡାଇ ଦିଆଯାଇଥିବା ଅଭିଯୋଗ କରିଥିଲେ। କେତେକ ସ୍ଥାନରେ ଅନେକ ଭୋଟର ତାଲିକାରୁ ବାଦ ପଡିଥିବା ସେ ଅଭିଯୋଗ କରିଥିଲେ। ବ୍ଲକ ଓ ପଞ୍ଚାୟତ ସ୍ତରୟରେ ନିୟୋଜିତ ନିର୍ବାଚନ ଅଧିକାରୀମାନେ ବିରୋଧମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଭୁଆଁ ବୁଲାଉଥିବା ଘଟଣାକୁ ନିନ୍ଦା କରିବା ସହ ଦଳ ପକ୍ଷରୁ ଏଥିନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସୂଚନା ଦେଇଥିଲେ। ନିଜ ଶକ୍ତି ଓ ସାମର୍ଥକୁ ଆଧାର କରି ବିଜେପି ଏଥର ପଞ୍ଚାୟତ ସମିତି ଦଖଲ କରିବ ବୋଳି ଶ୍ରୀ ଧଳ ଦୃଢୋକ୍ତି କରିଥିଲେ।

ଏହି ଅବସରରେ ଦଳ ସମର୍ଥୀତ କୁରିଗାଁ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର ପାତ୍ର ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନନ୍ଦିନୀ ବେହେରା, ରହଣିଆ ସରପଞ୍ଚ ପ୍ରାର୍ଥୀ ରଞ୍ଜନ ପରିଡା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ସୁପ୍ରିୟା ସେଠୀ, ରଣଜିତ ସରପଞ୍ଚ ପ୍ରାର୍ଥୀ ମମତାରାଣୀ ସାହୁ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଦଶରଥ ମଳିକ, ବାଲିପୋଖରୀ ସରପଞ୍ଚ ପ୍ରାର୍ଥୀ ଶ୍ରୀଧର ସ୍ୱାଇଁ, ମାଳଦା ସରପଞ୍ଚ ପ୍ରାର୍ଥୀ ରଶ୍ମିତା ସେଠୀ ଓ ସମିତି ସଭ୍ୟା ପ୍ରାର୍ଥୀ ଭାବେ କନକ ଖିଲାର, ଷୋଳମପୁର ସରପଞ୍ଚ ପ୍ରାର୍ଥୀ ଅବିନାଶ ନାୟକ ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ସୁଚୀଶ୍ମିତା ପଣ୍ଡା, ନପଙ୍ଗ ସରପଞ୍ଚ ପ୍ରାର୍ଥୀ ସୁବାସିନୀ ନାୟକ, ସରସଦା ସରପଞ୍ଚ ପ୍ରାର୍ଥୀ ଦୁର୍ଯ୍ୟୋଧନ ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ସବିତା ଜେନା, ବିଷ୍ଣୁପୁର ସରପଞ୍ଚ ପ୍ରାର୍ଥୀ ତପନ କୁମାର ପାତ୍ର ଓ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ମିନାକ୍ଷୀ ନାୟକ, ଜଳମଣ୍ଡୁଆ ସରପଞ୍ଚ ପ୍ରାର୍ଥୀ ବାସନ୍ତିଲତା ଦାସ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ବଳରାମ ରାଉତ, ନଗୁଆଁ ସରପଞ୍ଚ ପ୍ରାର୍ଥୀ କାଞ୍ଚନବାଳା ପାତ୍ର ଓ ସମିତି ସଭ୍ୟ ପ୍ରାର୍ଥୀ ପ୍ରତାପ ଦ୍ୱିବେଦୀ, ବୟାବନାପୁର ସମିତି ସଭ୍ୟ ପ୍ରାର୍ଥୀ ସନ୍ତୋଷ କୁମାର ସାମଲ ଓ ବନ୍ଦାଳୋ-ମଢିଆଳି ସରପଞ୍ଚ ପ୍ରାର୍ଥୀ ସବିତା ସାହୁଙ୍କ ନାମ ଘୋଷଣା କରାଯାଇଥିଲା। ଏଥିରେ ଦଳ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ନିର୍ମଳ କର, ପ୍ରକାଶ ମହାପାତ୍ର, ବସନ୍ତ ରାଉତ, ନୃସିଂହ ଖିଲାର, ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ସତ୍ୟବ୍ରତ ଦାସ ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.