ad
ଓଡ଼ିଶା

ବିଜେପିର ମିଶ୍ରଣ ପର୍ବ: ବରଗଡ, କଟକ, ପୁରୀ ଜିଲ୍ଲାର ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଏବଂ କଂଗ୍ରେସ ଓ ବିଜେଡିର ବହୁ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ

– ପଶ୍ଚିମ ଓଡିଶାର ଜଣାଶୁଣା ଓ ପୁରୁଖା କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ସାଂସଦ ସ୍ୱର୍ଗତଃ ଡ. କୃପାସିନ୍ଧୁ ଭୋଇଙ୍କ କନିଷ୍ଠ ଭ୍ରାତା ଶ୍ରୀ ଜଗବନ୍ଧୁ ଭୋଇ ଆଜି ବିଜେପିରେ କଲେ ଯୋଗଦାନ
– ଝାରସୁଗୁଡା ବ୍ଲକର କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଚ୍ୟାୟରମ୍ୟାନ୍ ଓ କୁଲତା ସମାଜର ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ ବିଜେପିରେ ହେଲେ ସାମିଲ
– ଅବସରପ୍ରାପ୍ତ ହୋମିଓପାଥି ଉପନିର୍ଦ୍ଦେଶକ ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସାଧାରଣ ସଂପାଦକ ତଥା ଭାରତୀୟ ରେଡକ୍ରସ ସଂଘର ପୃଷ୍ଠପୋଷକ ଏବଂ ସମାଜସେବୀ ଡା.ରାଧାନାଥ ପ୍ରହରାଜ ବିଜେପିରେ ଯୋଗଦାନ କଲେ
– ନିମାପଡା ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ଓ କଂଗ୍ରେସ ନେତା ନିଜ ନିଜ ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କଲେ
– କଟକ ଜିଲ୍ଲା ନିଆଳି କଳେଜର ପୂର୍ବତନ ଛାତ୍ର ସାଂସଦ ସଭାପତି ଏବଂ ବିଶିଷ୍ଟ ସମାଜସେବୀ ଶେକ୍ ହସନ୍ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ଶତାଧିକ ସଂଖ୍ୟାରେ ଆଜି ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର, ତା.୦୩/୦୩ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବରଗଡ, ଝାରସୁଗୁଡା, କଟକ ଏବଂ ପୁରୀ ଜିଲ୍ଲାର ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଏବଂ କଂଗ୍ରେସ ଓ ବିଜେଡି ଦଳ ପରିତ୍ୟାଗ କରି ବହୁ ନେତୃବୃନ୍ଦ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ପଂଶ୍ଚିମ ଓଡିଶାର ଜଣାଶୁଣା ଓ ପୁରୁଖା କଂଗ୍ରେସ ନେତା ତଥା ବରଗଡ ପୂର୍ବତନ ଲୋକସଭା ସାଂସଦ ସ୍ୱର୍ଗତଃ ଡ. କୃପାସିନ୍ଧୁ ଭୋଇଙ୍କ କନିଷ୍ଠ ଭ୍ରାତା ତଥା ପ୍ରଯୁକ୍ତି ଓ ସୂଚନା ବିଦ୍ୟା କ୍ଷେତ୍ରରେ ନିଜକୁ ସୁଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିଥିବା ଶ୍ରୀ ଜଗବନ୍ଧୁ ଭୋଇ ଆଜି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଶ୍ରୀ ଭୋଇ ଥାଇଲାଣ୍ଡ ସରକାରଙ୍କ ଯୌଥ ଉଦ୍ୟମରେ ସେଠାକାର ଗ୍ରାମୀଣ ବିକାଶ ବିଶେଷ କରି କୃଷି ଓ ପଶୁପାଳନ କ୍ଷେତ୍ରରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି।

ସେହିପରି ଝାରସୁଗୁଡା ବ୍ଲକର କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଚ୍ୟାୟରମ୍ୟାନ୍ ଓ କୁଲତା ସମାଜର ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଅବସରପ୍ରାପ୍ତ ହୋମିଓପାଥି ଉପନିର୍ଦ୍ଦେଶକ ତଥା ଉତ୍କଳ ସମ୍ମିଳନୀର ରାଜ୍ୟ ସାଧାରଣ ସଂପାଦକ ତଥା ଭାରତୀୟ ରେଡକ୍ରସ ସଂଘର ପୃଷ୍ଠପୋଷକ ଏବଂ ସମାଜସେବୀ ଡା.ରାଧାନାଥ ପ୍ରହରାଜ ମଧ୍ୟ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ଓଡିଶା ସ୍ୱାର୍ଥ ରକ୍ଷା ପାଇଁ ଡ.ପ୍ରହରାଜ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି।

ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବେଦପୁର ପଂଚାୟତ କଂଗ୍ରେସ ସଭାପତି ଶ୍ରୀ ଧନେଶ୍ୱର ମିଶ୍ର, ପୂର୍ବତନ ସରପଂଚ ରଞ୍ଜନ କୁମାର ସାହୁ, ତୁଳସୀପୁର ପଂଚାୟତର ବରିଷ୍ଠ ବିଜେଡିର ନେତା ଧଳେଶ୍ୱର ସାହୁ, ଅଟୁଂରା ଅଂଚଳର ବିଶିଷ୍ଟ ବୁଦ୍ଧିଜିବୀ ଶ୍ରୀ ଶ୍ରୀକାନ୍ତ ଚନ୍ଦ୍ର ସ୍ୱାଇଁ ଏବଂ ଧ୍ରୁବଚରଣ ବିଶ୍ୱାଳଙ୍କ ସମେତ କଂଗ୍ରେସ ଓ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

କଟକ ଜିଲ୍ଲା ନିଆଳି କଳେଜର ପୂର୍ବତନ ଛାତ୍ର ସାଂସଦ ସଭାପତି ଏବଂ ବିଶିଷ୍ଟ ସମାଜସେବୀ ଶେକ୍ ହସନ୍ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ଶତାଧିକ ସଂଖ୍ୟାର ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଶେଖ୍ ଆଲିମ୍, ଶେଖ୍ ଅମିରୁଲ୍ଲାହ, ଶେଖ୍ ସକାବତ୍, ମିର୍ ଅବୁସ୍ୱାଲେ, ଶେଖ୍ ମୁସଲିମ, ମଲ୍ଲିକ ସବିର, ଅଖତରୁନ ବିବି, ହୁସନାରା ବିବି, ଶେଖ ମୁସ୍ତାକ ଅହମ୍ମଦ, ଶେଖ୍ ଇମ୍ରାନ, ଶେଖ୍ ସଲ୍ଲୁ, ଶେଖ୍ ଗୋଲୁ, ଶେଖ୍ ଫକିର, ଏଜାବୁନ ବିବି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଛନ୍ତି।

ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ୟପଟେ ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି। ରାଜ୍ୟର ବିକାଶ ବିଜେପି ସରକାର କରିପାରିବ। ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିବା ସହ ବିଜେଡି ଦଳର ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ବୋଲି ଅଭିଯୋଗ କରିଛନ୍ତି।

ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଛବି ମଲ୍ଲିକ, ନ୍ୟାୟବ୍ରତ ରାଉତ, ପ୍ରଭାତୀ ଶତପଥୀ, ଡ. ଅରୂପାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top