ad
ଜଗତସିଂହପୁର

ବିଜେପିର ବିଜୟ ସଂକଳ୍ପ ସମାବେଶ

ତିର୍ତ୍ତୋଲ୦୩/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ଜଗତସିଂହପୁର ଜିଲ୍ଲରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ୨୦୧୯ ର ବିଜୟ ସଂକଳ୍ପ ସମାବେଶ। ତିର୍ତ୍ତୋଲ ବ୍ଲକ ଅଧିନରେ ଥାଇ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀରେ ଯାଉଥିବା ବୋଧେଇ, ପିପଳମାଧବ, ଜଡ଼ତିରା, କୋଲର, ପୋରଗଦେଇ, ସାମନ୍ତରାପୁର ଓ ମଣିଜଙ୍ଗା ପଞ୍ଚାୟତ ପ୍ରଭୂତିକୁ ରାଜନୌତିକ ଦଳ ଓ ନେତାମାନେ ଅଣଦେଖା କରୁଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ତିର୍ତ୍ତୋଲ ବ୍ଲକ ଅଧିନରେ ଯାଉଥିବା ଏହି ପଞ୍ଚାୟତ ଗୁଡ଼ିକ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀ ପକ୍ଷରୁ କରାଯାଉଥିବା ସମାବେଶରେ ଅଣଦେଖା କରାଯାଉଥିବାବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରାଜନେତାମାନେ ଏମାନଙ୍କ ଠାରୁ ନିଜ ସପକ୍ଷରେ ଭୋଟ ପାଇବାର ଆଶା ନଥିବାରୁ ଅଣଦେଖା କରୁଛନ୍ତି। ବିଜେପିର ସଂକଳ୍ପ ସମାବେଶରେ ପାରାଦ୍ୱିପ ନିର୍ବାଚନ ମଣ୍ଡଳୀର ଯୁବନେତା ସଂପଦ ସ୍ୱାଇଁଙ୍କ ନେତୃତ୍ୱରେ ଶନିବାର କରାଯାଇଥିବା ବିଜୟ ସଂକଳ୍ପ ସମାବେଶ କୁଜଙ୍ଗରୁ ରାହାମା ମଧ୍ୟରେ ସିମିତ ରହିଥିଲା। ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ରମାକାନ୍ତ ଭୋଇ ଓ ଇଂ ହରିହର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶ ରଘୁନାଥପୁରଠାରୁ ଆରମ୍ଭ ହୋଇ ତିର୍ତ୍ତୋଲ ମଧ୍ୟରେ ସିମିତ ରହିଥିଲା। ଏପରିକି ତିତ୍ତୋଲ ନିର୍ବାଚନ ମଣ୍ଡଳୀର ଯାଉଥିବା ଧୋୟା ଅଞ୍ଚଳର ଆଗଧାଡ଼ିର ବିଜେପି ନେତାଙ୍କ ସହତି ୨ ନଂଜୋନର ବିଜେପି ଯୁବମୋର୍ଚ୍ଚା ସଭାପତି ଶିବପ୍ରସାଦ ସାହୁଙ୍କ ଏହି ବିଜୟ ସଂକଳ୍ପ ସମାବେଶରେ ଦେଖିବାକୁ ମିଳିନଥିଲା। ଅପରପକ୍ଷରେ ଅନ୍ୟଏକ ବିଜେପି ନେତା ସଞ୍ଜୟ ଦାସ ବିଭିନ୍ନ ସଭାସମିତି ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେଉଥିବାବେଳେ ଏହି ସମାବେଶରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ବିଜେପି କର୍ମୀ ମହଲରେ ବିଭିନ୍ନ କଥା ଆଲୋଚନା ହେଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top