ଓଡ଼ିଶା

ବିଜେପିର ପୂର୍ବତନ କୋଷାଧ୍ୟକ୍ଷ ବାଲଗୋପାଳ ମହାପାତ୍ର ଆନ୍ଧ୍ର ବ୍ୟାଙ୍କର ବେସରକାରୀ ନିର୍ଦ୍ଦେଶକ ଭାବେ ମନୋନୀତ

ଭୁବନେଶ୍ୱର, ତା ୩୦/୦୧(ଓଡ଼ିଆ ପୁଅ):କେନ୍ଦ୍ର ସରକାରଙ୍କ ତରଫରୁ ବିଜେପିର ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀ ବାଲଗୋପାଳ ମହାପାତ୍ରଙ୍କୁ ଆନ୍ଧ୍ର ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳରେ ଚାଟାର୍ଡ ଆକାଉଂଟ ଶ୍ରେଣୀ ଅଧୀନରେ ତିନିବର୍ଷ ପାଇଁ ଅଂଶକାଳୀନ ବେସରକାରୀ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଓଡିଶାର ସୁନ୍ଦରଗଡ ଜିଲ୍ଲାର ଜନ୍ମିତ ଶ୍ରୀ ମହାପାତ୍ର ପୂର୍ବରୁ ବିଜେପିର କୋଷାଧ୍ୟକ୍ଷ ଭାବେ ଦାୟୀତ୍ୱ ନେଇ ସଫଳତାର ସହ କାର୍ଯ୍ୟକରି ଆସୁଥିଲେ। ଏବେ ଆନ୍ଧ୍ର ବ୍ୟାଙ୍କର ନିର୍ଦ୍ଦେଶକ ହେବା ପରେ ସର୍ବଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଦୁଇ ପାଦ ଆଗକୁ ନେଇ କାମକରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ, ରାଜ୍ୟ ଶ୍ରୀ ସଂପାଦକ ଧୀରେନ ସେନାପତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top