ବିଜେପିର ଦୁର୍ନୀତି ବିରୋଧୀ ରାଲି ‘ବିଜେଡି ହେଉଛି ଚାଷୀ ହତ୍ୟାକାରୀ ଓ ଭ୍ରଷ୍ଟାଚାରୀ ସରକାର’

ନୟାଗଡ଼ .ରଣପୁର୧୩/୧୧(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ବିଜେପି ମଣ୍ଡଳ ତରଫରୁ ସୋମବାର ଦିନ ଏକ ବିଜେଡି ସରକାର ବିରୁଧରେ ଦୁର୍ନୀତି ବିରୋଧୀ ରାଲି ସହିତ ବିଜେପି ସାଧାରଣ ସଭା ରାଜସୁନାଖଳା ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସୁରମା ପାଢୀଙ୍କ ନେତୃତ୍ୱରେ ଓ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସଂଯୋଜନାରେ ଏହି ରା଼ର୍ଲି ରାଜସୁନାଖଳାର ବଡକୁମାରୀ ଛକ ପେଟ୍ରଲ ପମ୍ପଠାରୁ ଆରମ୍ଭ ହୋଇ ତ୍ରିନାଥ ବଜାର, ଗଣେଶ ବଜାର ଓ ଦୁର୍ଗା ବଜାର ଦେଇ ନେଳିଆସ୍ଥିତ ଦକ୍ଷିଣକାଳୀ ସମ୍ମୁଖରେ ପହଁଚିଥିଲା। ଏହି ରାର୍ଲିରେ ବିଜେପିର ଶତାଧିକ ପୁରୁଷ ଓ ମହିଳା ବିଜେପି କର୍ମୀ ଏବଂ ସମର୍ଥକମାନେ ବିଜେଡି ସରକାର ବିରୁଧରେ ବିଭିନ୍ନ ନାରାବାଜି ଓ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ପରେ ନେଳିଆ ପୋଖରୀସ୍ଥିତ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ନୟାଗଡ ଜିଲ୍ଲ୍ା ସଭାପତି ସନ୍ୟାସୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଭୁବନେଶ୍ୱରୀ ସାହୁ, ନୟାଗଡ ଜିଲ୍ଲା ବିଜେପି ଉପସଭାପତି ସନ୍ତୋଷ ପ୍ରହରାଜ(ନଂ-୧), ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂଯୋଜକ ସ୍ନେହା ରଂଜନ ଦାସ, କେନ୍ଦ୍ରୀୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଜଗଦ୍ଦେବ, ବ୍ଳକ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ବିଜେଡି ସରକାରର ଅପରାଗତା, ଭ୍ରଷ୍ଟାଚାର, ଦୁର୍ନୀତି ଗ୍ରସ୍ତ ପ୍ରଶାସନ, ଚାଷୀ ମାରଣାନୀତି, ବିଧବା ଭତା, ମୋ କୁଡିଆ ଯୋଜନା, ପାଇଖାନା, ପି.ସି ଆଦାୟ ଭଳି ଲୋକବିରୋଧୀ କାର୍ଯ୍ୟକଳାପକୁ ଲୋକମାନଙ୍କ ଆଗରେ ଅବଗତ କରାଇଥିଲୋ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓଡିଶାର ଲୋକମାନଙ୍କ ପାଖରେ କିଭଳି ଭାବରେ ପହଁଚିବ ସେଥି ନିମନ୍ତେ ଗୁରୁତ୍ୱାରୋପ କରାଯାଇଥିଲା। ପରିଶେଷରେ ପରେଶ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *