ବିଜେପିର ଗୁଣ୍ଡାରାଜ ବିରୋଧରେ କେନ୍ଦ୍ରାପଡା ବିଜେଡିର ପ୍ରତିବାଦ

କେନ୍ଦ୍ରାପଡା ୨୧/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ବିଜେପୁର ଉପ ନିର୍ବାଚନ ପ୍ରଚାର ପାଇଁ ଏକ ନିର୍ବାଚନି ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଉଥିବା ବେଳେ ତାଙ୍କ ଉପରକୁ ଜନୈକ ବିଜେପି କର୍ମୀଙ୍କ ଚପଲ ଫିିଙ୍ଗା ଗୁଣ୍ଡାରାଜ ଘଟଣା ବିରୋଧରେ କେନ୍ଦ୍ରାପଡା ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜେଡି ଆଇନଜିବୀ ସାମ୍ମୁଖ୍ୟ ପକ୍ଷରୁ ତାହାର ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ବାହାରି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୁର୍ତ୍ତୀରେ ପୁୁଷ୍ପମାଲ୍ୟ ପ୍ରଦାନ କରାଯାଇ ଏଭଳି ଅଶୋଭନୀୟ ଆଚରଣର ଶାନ୍ତିପୁର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶାନ୍ତିପୁର୍ଣ୍ଣ ଓଡିଶାରେ ବିଜେପି କର୍ମୀଙ୍କ ଏଭଳି ଅଶୋଭନୀୟ ଆଚରଣର ଗଭୀର ନିନ୍ଦା କରାଯିବା ସହିତ ଏଭଳିି କୁକାର୍ଯ୍ୟ କରିଥିବା ସଂପୃକ୍ତ ବିଜେପିକର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସହିତ ଏହି ଷଡଯନ୍ତ୍ରର ମୁଖ୍ୟ ଅଶୋକ ପାଣିଗ୍ରାହିଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୁପ ତାଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଆଇନଜିବୀ ସାମୁଖ୍ୟ ଆବାହକ ଭୀମସେନ ଭୂୟାଁ, ରାଜ୍ୟ ବିଜେଡି ଆଇନଜିବୀ ସାମୁଖ୍ୟ ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ,ଅନୁସୁଚିତ ଜାତି ସେଲ୍ର ଶିଶୀର ମଲ୍ଲିକ,ରଞ୍ଜନ ସାହୁ,ମହମ୍ମଦ ନିଆଜ,ଧିରେନ୍ଦ୍ର କୁମାର ଦାସ,ଦିନବନ୍ଧୁ ନାୟକ,ପ୍ରଶନ୍ନଜିତ   କୁଣ୍ଡ,ଜିଲ୍ଲା ଛାତ୍ର ବିଜେଡିି ସଭାପତି ପ୍ରଦିପ କୁମାର ସାହୁ,ଉମେଶ ନାୟକ,ମୃତୁ୍ୟଞ୍ଜୟ ଦାସ,ସୁରେଶ ମର୍ଦ୍ଦରାଜ,ଅଶୋକ ଲେଙ୍କା,ସମ୍ବିତ ପାତ୍ର,ଗୈାତ୍ତମ ସ୍ୱାଇଁ,ମନୋରଞ୍ଜନ କର,ଅମ୍ରୀନ ସାହାଦତ,ନିରଞ୍ଜନ ସାହୁ,ପ୍ରମୋଦ ପ୍ରଧାନ,ଦୀନବନ୍ଧୁ ନାୟକ,ଉମେଶ ନାୟକ, ଅଶୋକ ଲେଙ୍କା, ଚିତ୍ତ ରଞନ ଦାସ,ମୃତ୍ୟୁଞୟ ମହାନ୍ତି, ମନୋରଞନ କର, ବିଜୟ ପତି, ସୁରେଶ ନାୟକ, ମାନସ ଧଳ,ନିରଞ୍ଜନ ବଳ, ସଞ୍ଜୟ ପାତ୍ର, ସେକ୍ ଗୋଫ୍ରାନ, ସୁରେଶ ସାହୁ, ଚୈତନ୍ୟ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *