ବିଜେପିର ଗୁଣ୍ଡାରାଜକୁ ବୁଦ୍ଧିଜୀବିିଙ୍କ ନିନ୍ଦା

କେନ୍ଦ୍ରାପଡା ୧୨/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡାର ଗୈାରବ ଭାରତୀୟ ପ୍ରଶାସନିକ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କ ସରକାରୀ ବାସଭବନରେ ବିଜେପି କର୍ମୀମାନେ ପଶି ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଉପାୟରେ ଗୁଣ୍ଡାରାଜ କରି ଘରକୁ ଟେକା, ପଥର ଓ ଗୋବର ଫିଙ୍ଗିବା ସହିତ ଘରର ଆସବାବପତ୍ର ଭଙ୍ଗାରୁଜା କଲେ ତାର ପ୍ରତିବାଦରେ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ବୁଦ୍ଧିଜିବି ଓ ସଚେତନ ନାଗରିକମାନେ କଟକ-ଚାନ୍ଦବାଲି ରାସ୍ତାର ଗୋଗୁଆ ବଜାର ଠାରେ ଏକତ୍ରିତ ହୋଇ ବିଜେପି କର୍ମିଙ୍କ ଅମାନବିୟ କାର୍ଯ୍ୟକୁ ନିନ୍ଦା କରିବା ସହିତ ଏଭଳି ଘୃଣିତ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ନେତୃତ୍ୱଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିଲେ। ଏହି ପ୍ରତିବାଦ ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଦଳିତ ସେଲ ସଭାପତି ନରୋତ୍ତମ ମଲ୍ଲିକ, ଧୋୟାଅଞ୍ଚଳର ବୁଦ୍ଧିଜିବି କେଦାର ନାଥ ବିଶ୍ୱାଳ, ବୃନ୍ଦାବନ ମଲ୍ଲିକ, ରତିକାନ୍ତ ସାହାଣୀ, ବିଜୟ ମଲ୍ଲିକ, ଜିତେନ୍ଦ୍ର ରାଉତ, ବଟକୃଷ୍ଣ ରାଉତ, ରାଜ୍ୟ ଛାତ୍ର ନେତା ପ୍ରତାପ କୁମାର ଦାସ, ପର୍ଶୁରାମ ଦାସ, ସଚେତନ ନାଗରିକ ଲିଆକତ ଅଲ୍ଲୀ, ପୁନେନ୍ଦୁ ପ୍ରେମାନନ୍ଦ ଘଡାଇ, ବିଭୁ ପ୍ରସାଦ ଜେନା, ପ୍ରଭାତ ରାଉତ, ଉମେଶ ନାୟକ, ରମେଶ ସାହୁ, ସଞ୍ଜୟ ଲେଙ୍କା, ଶ୍ରୀକାନ୍ତ କୁମାର ଦାସ, ମନୋରଞ୍ଜନ ଦାସ, ସନ୍ତୋଷ ବେହେରା, ହଳଧର ସାହୁ, ମନୋଜ ପାତ୍ର, ବିଚିତ୍ର ଜେନା, ସେକ ହବୋ, ସିରାଜ ଖାଁ, ନୁରଅଲ୍ଲି ଖାଁ, କଳାକାର ମଲ୍ଲିକ, କିଶୋର ଚନ୍ଦ୍ର ମିଶ୍ର, ସେକ ସମିମ, ଦେବାଶିଷ ସ୍ୱାଇଁ, ବିଭୁ ପ୍ରସାଦ ଜେନା, ଭାଗବତ ମଲ୍ଲିକ, ଭଗବାନ ମଲ୍ଲିକ, ଅଭିରାମ ବେହୁରା, ବିଶ୍ୱଜିତ ସାମଲ ପ୍ରମୁଖ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଜନସାଧାରଣ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *