ଗଞ୍ଜାମ

ବିଜେପିର ଅଭିଯୋଗକୁ ବିଜେଡ଼ିର କାଉଣ୍ଟର

ଧରାକୋଟ ୫-୮(ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଂଗଠନ ପକ୍ଷରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଧରାକୋଟ ପଂଚାୟତ ସମିତି ଅର୍ନ୍ତଗତ ବିଭିନ୍ନ ଗ୍ରାମବାସୀ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ଯେ, ଗତ ୩୦ ତାରିଖ ଦିନ ଧରାକୋଟ ବ୍ଲକ କାର୍ଯ୍ୟାଳୟରେ ଜଣଶୁଣାଣି ଚାଲିଥିବା ବେଳେ ବିଜେପି କୃଷକ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ପ୍ରଦୀପ କୁମାର ପତ୍ରି କିଛି ମହିଳା ମାନଙ୍କ ପ୍ରତି ଅସଦାଚରଣ କରିଥିଲେ। ଆଉ ତାପରେ ବିନା କାରଣରେ ସେଠାରେ ଗଣ୍ଡଗୋଳ ସୃଷ୍ଟି କରିଥିଲେ ବୋଲି ବିଜେଡ଼ି ପକ୍ଷରୁ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ୩୦ ତାରିଖ ଦିନ ତାଙ୍କୁ ଜନଶୁଣାଣି ନିକଟରେ ବିଜେଡ଼ିର କର୍ମକର୍ତ୍ତାମାନେ ଆକ୍ରମଣ କରିଥିଲେ ବୋଲି ସେ ଆରକ୍ଷୀ ଅଧିକ୍ଷଙ୍କ ନିକଟରେ ନିଜର ସମର୍ଥକଙ୍କ ଗହଣରେ ପୂର୍ବରୁ ଅଭିଯୋଗ କରିଥିଲେ। ତେବେ ବିଜେଡ଼ିର ଏହି ପାଲଟା ଅଭିଯୋଗ ଏକ ନୂଆ ମୋଡ଼ ନେଇଛି। ସେମାନେ ପ୍ରଦୀପ ପତ୍ରିଙ୍କୁ ଗିରଫ କରିବା ପାଇଁ ଦାବି ମଧ୍ୟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top