ବିଜେପିରେ ମିଶିଲେ ୨୫ରୁ ଉର୍ଦ୍ଧ୍ୱ ଯୁବକ ଏବଂ ମହିଳା

ତୁରୁମୁଙ୍ଗା ୨୮-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବାଉଁଷୁଳୀ ପଞ୍ଚାୟତ ଦଶରଥୀପୁର ଗ୍ରାମରେ ଗତକାଲି ବିଜେପି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ମଣ୍ଡଳ ସଭାପତି ସୁରେନ୍ଦ୍ର ମହାନ୍ତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଦଶମତି ଚାତାର ଉର୍ମିଳା ପାତ୍ର ସୁରେନ୍ଦ୍ର ବାରିକ ଗୋପାଳ ସାମଲଙ୍କ ଉପସ୍ଥିତିରେ ବିଜେପିର ନୀତି ଆଦର୍ଶ ତଥା କେନ୍ଦ୍ର ସରକାରଙ୍କ ବିଭିର୍ଣ୍ଣ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ ହୋଇ ୨୫ରୁ ଉର୍ଦ୍ଧ ଯୁବକ ଏବଂ ମହିଳା ବିଜେପିରେ ଯୋଗଦାନ ଦେଇଛନ୍ତି। ଏହି ନବ ଯୋଗଦାନ ଫଳରେ ଆଗକୁ ବିଜେପି ସୁଦୃଢ଼ ହେବ ବୋଲି ବିଜେପି ଜିଲା ସଭାପତି ରାଧାକାନ୍ତ ମହାନ୍ତ କହିଛନ୍ତି ନୂତନ ଭାବେ ଯୋଗ ଦେଇ ଥିବା କର୍ମୀ ମାନେ ହେଲେ କନକଲତା ମହାନ୍ତ ବିମଳା ମହାନ୍ତ ସେବତୀ ମହାନ୍ତ ଲତାମଣି ମହାନ୍ତ ମିନା ମହାନ୍ତ ଅବିନାଶ ନାୟକ ବାପି ନାୟକ ବେଣୁଧର ମହାକୁଡ଼ ଦୟାନିଧି ନାୟକ ମୁନା ନାୟକ।

Leave a Reply

Your email address will not be published. Required fields are marked *