ବିଜେଡି ଲିଗାଲ ଫ୍ରଣ୍ଟପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡା ୭/୩ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବିଜେଡି ଜିଲ୍ଲା ଆଇନଜିବୀ ଏବଂ ବୁଦ୍ଧିଜିବୀ ସାମ୍ମୁଖ୍ୟ ପକ୍ଷରୁ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟ ସଦସ୍ୟ ଭୀମସେନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ବିଜେଡି ଲିଗାଲ ଫ୍ରଣ୍ଟ ସଦସ୍ୟ ସଂଜୟ କୁମାର ଜେନା, ଜିଲ୍ଲା ଓକିଲ ସଂଘ ସଂପାଦକ ଗଗନ ବିହାରୀ ଜେନା, ଆଇନଜିବୀ ରମଣୀ ରଂଜନ ରାଉତରାୟ, ପ୍ରଦୀପ କୁମାର ଦାଶ, ଆଶୀଷ କୁମାର ସେନାପତି ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ, ଝଡର ଇଗଲ, ଓଡିଶାର ନବନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନୀ ଓ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜିବୀ ଧୀରେନ୍ଦ୍ର କୁମାର ଦାସ, ଗୋବର୍ଦ୍ଧନ ରାଉତ, ଶିଶିର କୁମାର ମଲ୍ଲିକ, ନିରଞ୍ଜନ ବଳ, ଗୋକୁଳି ରଂଜନ ଦାସ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବଂଧୁ ଧଳ, ଆଇନଜିବୀ ମାନସ ରଂଜନ ଧଳ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ସଂଜୟ କୁମାର ପାତ୍ର, ମନୋଜ ସାହୁ, ସେକ୍ ଅଜିମୁଦ୍ଦିନ, ସ୍ମୃତିରଂଜନ ସିଂ, ତାରେଣୀ ପାଟ୍ଟଯୋସୀ, ବିକ୍ରମ ବାରିକ, ଚୈତନ୍ୟ ମଲ୍ଲିକ, ବ୍ରଜସୁନ୍ଦର ରାଉତ, ସୁରେଶ ନାୟକ, ସେକ୍ ମତୁ, ସେକ୍ ପପୁ ପ୍ରମୁଖ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ । ବିଜୁପଟ୍ଟନାୟକଙ୍କ ଜୟନ୍ତି ଅବସରରେ ଆଜି ସକାଳେ କେନ୍ଦ୍ରାପଡା ବିଜେଡି ଜିଲ୍ଲା ଆଇନଜିବୀ ଏବଂ ବୁଦ୍ଧିଜିବୀ ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବା ସହ ପୈାରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବହି, ଖାତା ଓ ଡଟ୍ପେନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଜୟ କୁମାର ଜେନାଙ୍କ ସହିତ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା ଓ ବିଜୟ ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *