ad
କୋରାପୁଟ

ବିଜେଡି ଜିଲ୍ଲା ସ୍ତାରୀୟ ବୈଠକ

କୋରାପୁଟ ; ତା୦୧-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ଆଲିସାନ ହୋଟେଲ ସଭାଗୃହଠାରେ ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ନବ ନିଯୁକ୍ତ ଜିଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଦୁଇଶହରୁ ଉର୍ଦ୍ଧ୍ୱ ମୋଟର ସାଇକଲରେ ଯୁବ ବିଜେଡିର କର୍ମୀମାନେ ଇଂ.ପାଣିଗ୍ରାହିଙ୍କୁ ତାଙ୍କ ବାସ ଭବନରୁ ହୋଟେଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପାଛୋଟି ଆଣିବା ପରେ ସମ୍ବର୍ଦ୍ଧିତ କରା ଯାଇଥିଲା। ସମ୍ବର୍ଦ୍ଧନା ସଭା ପରେ ନବ ନିଯୁକ୍ତ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ସୁକାନ୍ତି ବାଗଦୋରିଆ, ଜିଲା ପରିଷଦ ସଭାପତି ପ୍ରଭୂ ଜାନୀ, ଉପାଧ୍ୟକ୍ଷା ତୂଳସୀ କିର୍ଷାନୀ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ କମୁଳୁ ଯାନୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ପୂର୍ବତନ ଜିଲା ପରିଷଦ ସଭାପତି ତଥା କ୍ରୀଟର ଅଧ୍ୟକ୍ଷ ଅଶୋକ ପାଙ୍ଗି, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାଳତି ମାଝି, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଧର୍ମେନ୍ଧ୍ର ଅଧିକାରୀ, ଜିଲା ଯୁବ ସଭାପତି ଅମିତ ଅଗ୍ରୱାଲ, କୋରାପୁଟ ଜିଲା ସହ-ପର୍ଯ୍ୟବେକ୍ଷକ ଭଗବାନ ଗନ୍ତାୟତ, ମାଲକାନଗିରି ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ସୁଧୀର ଷଡଙ୍ଗି, ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର, ସନ୍ତୋଷ ମିଶ୍ର, ବାଲା ରାୟ, ପୂର୍ବତନ ବିଧାୟକ ରଘୁରାମ ମାଛ, ବିଜେଡି ନେତା ଜଗନ୍ନାଥ ପାଙ୍ଗୀ, ଗୋପାଳ ବେବର୍ତା, ରଘୁରାମ ମାଛ ପ୍ରମୁଖ ବୈଠକରେ ଉଦବୋଧନ ଦେଇଥିଲେ। ୨୦୧୪ରେ ବିଭିନ୍ନ କାରଣରୁ ଦଳ କୋରାପୁଟ ଜିଲାରେ ପରାଜୟ ବରଣ କରିଥିଲା, ତେଣୁ ଜିଲାରେ ଦଳର ସ୍ଥିତି ସୁଦୃଢ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଣେ ଦକ୍ଷ ସଙ୍ଗଠକଙ୍କୁ ଜିଲା ସଭାପତି ଦାୟିତ୍ୱ ଦେଇଛନ୍ତି, ତାଙ୍କ ନେତୃତ୍ୱରେ ଆସନ୍ତା ସାଧାରଣ ନିର୍ବାଚନ ଲଢି ଜିଲାର ସମସ୍ତ ବିଧାନସଭା ଆସନ ସମେତ ଲୋକସଭା ଆସନ ଜିତିବାକୁ ପଡିବ ବୋଲି ନେତାମାନେ ଆହ୍ୱାନ ଦେଇଥିଲେ। ଜିଲରେ କଂଗ୍ରେସର ୪ଜଣ ବିଧାୟକ ଥିବାବେଳେ ସେମାନେ ଅଂଚଳର ବିକାଶ କଥା ଭୁଲି ପରସ୍ପର ମଧ୍ୟରେ ଲଢିବାରେ ସମୟ ନଷ୍ଟ କରୁଛନ୍ତି ବୋଲି ବିଜେଡି ନେତୃ ମଣ୍ଢଳୀ ଅଭିଯୋଗ କରି ଆସନ୍ତା ନିର୍ବାଚନରେ ଲୋକେ ସେମାନଙ୍କୁ ପ୍ରତ୍ୟାକ୍ଷାନ କରିବେ ବୋଲି କହିଥିଲେ। ନବୀନ ପଟ୍ଟନାୟକ ଜଣେ ମାତ୍ର ନେତା ଯିଏକି ଓଡିଶାବାସୀଙ୍କ ସୁଖଦଃୁଖର ସାଥୀ, ତେଣୁ ନବୀନବାବୁ ୫ମ ଥର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ, ତାଙ୍କ ହାତମୁଠାକୁ ଟାଣ କରି କୋରାପୁଟ ଜିଲାର ବିକାଶକୁ ଆଗେଇ ନେବାକୁ ହେଲେ ଆମ ଜିଲାରୁ ମଧ୍ୟ ଦଳର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବାକୁ ପଡିବ, ଦଳର ବିଜୟ ପାଇଁ ତୃମ ମୂଳ ସ୍ତରର କର୍ମୀହିଁ ପ୍ରକୃତ ଶକ୍ତି, ତେଣୁ କର୍ମୀମାନେ ନିଷ୍ଠାର ସହ ଦଳ ନିମନ୍ତେ କାମ କରିବାକୁ ଆହ୍ୱାନ ଦିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶିବ ପ୍ରସାଦ ପଟ୍ଟନାୟକ, ଉତ୍କଳ ରଂଜନ ନାୟକ, ତ୍ରିପୁରାରୀ ଗରଡା, ତ୍ରିନାଥ ପାତିକା, ଅଶ୍ୱିନୀ ସାହୁ, ସୀମାଂଚଳ ମିଶ୍ର, ରକି ପଣ୍ଡା, ସାହେବ ଖିଲ, ପଦ୍ମନାଭ ଜାନି, ଲଲାଟ ରଂଜନ ସେଠୀ, ବିମଲ କୁମାର ଗରଡା, ଭରତ ମଲ୍ଲିକ, ପ୍ରଭାତ ସୁତାର, ନିର୍ମଲ ମହାନ୍ତି, ଅକ୍ଷୟ କୁମାର ମହାନ୍ତିଙ୍କ ସମେତ ସମସ୍ତ ବ୍ଲକ ଓ ନଗର ସଭାପତି, ଜିଲା ପରିଷଦ ସଦସ୍ୟ, କାଉନସିଲର ଯୋଗ ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top