ଜିଲ୍ଲା ପରିକ୍ରମା

ବିଜେଡି ଅଫିସ୍ ରେ ଡବଲ ତାଲା ଯଶୀପୁର ଓ ନୂଆଗାଁରେ ଡବଲ ଅଫିସ୍

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ବିଜେଡି ରାଜନୀତି ସରଗରମ ହୋଇଉଠିଛି। ଏପରିକି ବିଜେଡି ରାଜନୈତିକ ପାଣିପାଗର ମୋଡ ବଦଳେଇବା ସ୍ଥିତିରେ ପହଞ୍ଚିଛି। ଅର୍ଥାତ ଗତ ପଂଚାୟତ ନିର୍ବାଚନରେ ପୂର୍ବ ଟର୍ମରେ ବ୍ଲକ୍ ଅଧ୍ୟକ୍ଷା ଥିବା ଶ୍ରଦ୍ଧାଞ୍ଜଳି ଧଳଙ୍କୁ ପୁନର୍ବାର ଏଥର ସେହି ଆସନରେ ବସାଇବା ନିମନ୍ତେ ଶ୍ୱଶୁର ତଥା ଚାନ୍ଦବାଲି ବ୍ଲକ୍ ବିଜେଡି ସଭାପତି ପ୍ରତାପ ଧଳ ଉଦ୍ୟମ କରି ସଫଳ ହୋଇ ନଥିଲେ। ବିଧାୟକ ବ୍ୟୋମକେଶ ରାୟଙ୍କ ମନୋନୀତ ପାର୍ଥୀ ମାନସୀ ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ସହ ନିଜ ଦଳର ୨୨ଟି ସମିତି ସଭ୍ୟ ବିଜୟ ହାଲ କରିଥିବାବେଳେ ତାଙ୍କ ଉପରୁ ଆସ୍ଥା ହରାଇ କଂଗ୍ରେସ ସହିତ ହାତ ମିଳାଇ ୮ଟି ସମିତି ସଭ୍ୟଙ୍କୁ ନେଇ ମୋଟ ୩୦ଟି ସମିତି ସଭ୍ୟ / ସଭ୍ୟାଙ୍କ ସମର୍ଥନରେ ବ୍ଲକ୍ ଅଧ୍ୟକ୍ଷ ପଦକୁ ଅକ୍ତିଆର କରାଯିବା ପରେ ବିଜେଡି ପାଖରେ ସମସ୍ତ ଦକ୍ଷତା ଥାଇ ମଧ୍ୟ କଂଗ୍ରେସ ହାତକୁ ଚାନ୍ଦବାଲି ବ୍ଲକ୍ ଉପାଧ୍ୟକ୍ଷା ପଦକୁ ଟେକି ଦିଆଗଲା। ଯାହାକୁ ନେଇ ଶ୍ରୀ ଧଳ ନିଜ ପ୍ରତିକ୍ରିୟାରେ କିଛି ପ୍ରକାଶ କରି ନପାରିଲେ ବି ସୁଯୋଗ ଅପେକ୍ଷାରେ ସମୟକୁ ଅନେଇ ବସିଥିଲେ। ଗତ ସପ୍ତାହରେ ବିଧାୟକଙ୍କ ନେତୃତ୍ୱରେ ଚାନ୍ଦବାଲି ଏନଏସି ଅଂଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ସମସ୍ତ ଛାମୁଆଁ ନେତାମାନେ ଉପସ୍ଥିତ ଥିବା ବେଳେ ବ୍ଲକ୍ ସଭାପତି ଶ୍ରୀ ଧଳ ଚାନ୍ଦବାଲି ସ୍ଥିତି ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥାଇ ମଧ୍ୟ ତାଙ୍କୁ ଏଥିରେ ସାମିଲ କରାନଯିବାକୁ ନେଇ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରାୟଃ ଦୁଇ ଦିନ ପରେ ଶ୍ରୀ ଧଳ ନିଜସ୍ୱ ପଂଚାୟତ ଯଶୀପୁର ଠାରେ ଏକ କର୍ମୀ ସମ୍ମିଳନୀର ଆୟୋଜନ କରି ବିଧାୟକଙ୍କ ନା ନନେଇ ଜଣେ ଅଜଣା ଯୁବକଙ୍କୁ ଆମେ ଗତ ସାଧାରଣ ନିର୍ବାଚନରେ ୨୫ ହଜାର ଭୋଟରେ ବିଜୟୀ କଲୁ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଆମକୁ ଅଣଦେଖା କରି କଂଗ୍ରେସ ସହିତ ହାତ ମିଳାଇ ଉପାଧ୍ୟକ୍ଷ ପଦକୁ କଂଗ୍ରେସ ହାତକୁ ଟେକିଦେଲେ। ଆଗାମୀ ଦିନରେ ଆମକୁ ଉଚିତ୍ ଜବାବ ଦେବାକୁ ହେବ ଇତ୍ୟାଦି ପ୍ରକାଶ କରିଥିଲେ। ଏହାକୁ ନେଇ ଆମେ ୩୬ ପଂଚାୟତର ବିଜେଡି କର୍ମୀଙ୍କ ନିକଟକୁ ଯିବୁ ବୋଲି ମଂଚାସୀନ ନେତୃବର୍ଗମାନେ ପ୍ରକାଶ କରିଥିବା ଶୁଣିବାକୁ ମିଳିଥିଲା। ବିଧାୟକଙ୍କ ନେତୃତ୍ୱରେ ଚାନ୍ଦବାଲି ସ୍ଥିତ ବିଜୁ ସ୍ମୃତି ଭବନରେ ପ୍ରାୟଃ ଅଧିକାଂଶ ପଂଚାୟତ କର୍ମୀଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକର ଆୟୋଜନ କରାଯାଇଥିଲା। ଦଳୀୟ ଆଭ୍ୟନ୍ତରୀଣ ବିଷୟବସ୍ତୁ ଉପରେ ଆଲୋଚନା ହେଉଛି କହି ଫାଟକ ନିକଟରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବୈଠକ ସ୍ଥଳକୁ ଯିବାକୁ ବାରଣ କରିଥିଲେ। ସେ ଯାହା ହେଉ ଅସମର୍ଥôତ ସୂତ୍ରରୁ ବିଷୟବସ୍ତୁର ସମ୍ୟକ ସୂଚନା ମିଳିବା ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପରବର୍ତ୍ତୀ ସମୟରେ ମିଳିଗଲା। ଏହି ବୈଠକର ମୁଖ୍ୟ ବିଷୟ ଥିଲା ବ୍ଲକ୍ ସଭାପତି ଶ୍ରୀ ଧଳଙ୍କୁ ଗାଦିଚ୍ୟୁତ କରିବା। ତାଙ୍କ ବଦଳରେ ଭଦ୍ରକ ଜିଲା ପରିଷଦ ସଭାପତି ଦ୍ୱିଜବର ରାଉତଙ୍କୁ ଅସ୍ଥାୟୀ ସଭାପତି ଭାବେ ବଛାଯିବା ନିମନ୍ତେ ଉପସ୍ଥିତ ନେତୃବର୍ଗ ମାନେ ଧାର୍ଯ୍ୟ କରି ଜିଲା ସଭାପତି ଅର୍ଜୁନ ବାବୁଙ୍କ ନିକଟକୁ ବିଧାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ସମସ୍ତ ବିଷୟବସ୍ତୁ ଜଣାଇବା ପରେ ଭଦ୍ରକ ଜିଲା ଦଳୀୟ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମଧ୍ୟ ଉକ୍ତ ବିଷୟରେ ଅବଗତ କରାଯିବା ନିମନ୍ତେ ପ୍ରସ୍ତାବ ଆଗତ ହୋଇଥିଲା। ଇତିମଧ୍ୟରେ ଶ୍ରୀ ଧଳ ନିଜ ଦଳୀୟ କାର୍ଯ୍ୟାଳୟ ବନ୍ଦ କରି ଯିବା ପରେ ବ୍ଲକ୍ ପାର୍ଟି ଅଫିସ୍ରେ ବିଧାୟକଙ୍କ ସମର୍ଥକ ମାନେ ଆଉ ଗୋଟିଏ ତାଲା ପକାଇ ଦେବା ସହ ଶ୍ରୀ ଧଳଙ୍କ ନିଜସ୍ୱ ପଂଚାୟତ ଯଶୀପୁର ଓ ପଡୋଶୀ ନୂଆଗାଁ ହଟପୁର ଠାରେ ଆଉ ଗୋଟିଏ ଲେଖାଏଁ ଅଫିସ୍ ଖୋଲିଥିବା ଚର୍ଚ୍ଚା ଜୋର ଧରି ବିଜେଡିର ରାଜନୈତିକ ପାଣିପାଗକୁ ଭିନ୍ନ ମୋଡ ଦେବାକୁ ବସିଲାଣି। ଗତ ସାଧାରଣ ନିର୍ବାଚନର ଅବ୍ୟବେହିତ ପୂର୍ବରୁ ଯଦିଓ ଏ ପ୍ରକାର ଘଟଣା ଘଟିନଥିଲା, ତଥାପି ତତ୍କାଳୀନ ବିଧାୟକ ବିଜୟ ନାୟକ ଓ ବ୍ଲକ୍ ସଭାପତି ଶ୍ରୀ ଧଳଙ୍କ ମଧ୍ୟରେ ଦୁଇଟି ଗୋଷ୍ଠୀ ସୃଷ୍ଟି ହେବା ପରେ ଦଳୀୟ ଶୃଙ୍ଖଳାକୁ ବିଚାର କରି ଦୁଇଜଣ କଳି ଲାଗିଲେ ତୃତୀୟ ଜଣଙ୍କର ଲାଭ ସଦୃଶ ବିଜୟ ନାୟକଙ୍କ ଭଣଜା ଦର୍ଶାଯାଇ ଶ୍ରୀ ନାୟକଙ୍କ ଭଉଣୀ ତଥା ତିହିଡି ବ୍ଲକ୍ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍ଲତା ନାୟକ ଭାଇ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତତ୍କାଳୀ ଆରଡି ଜୋନ୍ ଜିଲା ପରିଷଦ ସଭ୍ୟ ଅଜୟ ନାୟକଙ୍କ ସହଯୋଗ ଓ ଆଶୀର୍ବାଦ ଶ୍ରୀ ରାୟଙ୍କ ଉପରେ ଥିଲା। ସେ ବି ମଧ୍ୟ ୨୫ ହଜାର ଭୋଟ୍ରେ ବିଜୟୀ ହେଲେ। ପରବର୍ତ୍ତୀ ସମୟରେ ତିହିଡି ବ୍ଲକ୍ ଉପାଧ୍ୟକ୍ଷା ପଦରେ ନିଜ ଭଉଣୀକୁ ବସାଇବା ନିମନ୍ତେ ଶ୍ରୀ ନାୟକ ଆଶାବାଦୀ ରହି ଉଦ୍ୟମ ଚଳାଇଥିବା ବେଳେ ତାଙ୍କୁ ହଟାଇବା ନିମନ୍ତେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ତିହିଡି ବ୍ଲକ୍ ଅଧୀନସ୍ଥ ୮ ଟି ସମିତି ସଭ୍ୟଙ୍କ ସମର୍ଥନ ବିଦ୍ୟୁତଲତାଙ୍କୁ ମିଳିନଥିବା ବେଳେ ତାଙ୍କ ବିରୋଧରେ ଏକ ସ୍ୱାଧୀନ ପ୍ରାର୍ଥୀ ଦିଆଯାଇ ସଂଗୀନ ପରିସ୍ଥିତି ସୃଷ୍ଟି କରାଗଲା। ସେଥିରେ ବିଦ୍ୟୁତଲତା ଖଣ୍ଡିଏ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେହି ବ୍ଲକ୍ର ଉପାଧ୍ୟକ୍ଷା ପ୍ରାର୍ଥୀ କିନ୍ତୁ ମୋଟ ୨୪ ଜଣ ସମିତି ସଭ୍ୟଙ୍କ ସମର୍ଥନ ପାଇ ବିଜୟୀ ହେଲେ। ସମସ୍ତ ଘଟଣାକ୍ରମକୁ ବିଚାରକୁ ନେଇ ବିଜେଡି ଦଳୀୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାମାନେ ଯଦି ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ନକରନ୍ତି, ତେବେ ଏହା ମହଙ୍ଗା ପଡିବ ବୋଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top