ବିଜେଡି ଅନୁସୂଚିତ ଜାତି ସେଲ ପକ୍ଷରୁ ଡଃଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ପାଳନ

କେନ୍ଦ୍ରାପଡା ୬/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜିଲ୍ଲା ବିଜେଡି ଅନୁସୂଚିତ ଜାତି ସେଲ ପକ୍ଷରୁ ଆଜି ଉଦୟନଗରସ୍ଥିତ ପୈାରପରିଷଦ କଲ୍ୟାଣମଣ୍ଡପରେ ଡଃ ଭିମାରାଓ ଆମ୍ବେଦକରଙ୍କ ୬୧ତମ ମହାପରିନିର୍ବାଣ ଦିବସ ଉପଲକ୍ଷେ ଏକ ସମାବେଶ ଜିଲ୍ଲା ବିଜେଡି ଅନୁସୂଚିତ ଜାତି ସେଲର ସଭାପତି ବାରେଣୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ବିଜେଡି ଜିଲ୍ଲା ସଭାପତି ଧ୍ୃବ ସାହୁ,ଜିଲ୍ଲା ପରିଷଦର ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ(ଲିପୁ),କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ କୁମାର ସାହୁ,ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ରନାଥ ସେଠୀ,କେନ୍ଦ୍ରାପଡା ପୈାରପାଳିକାର ପ୍ରାକ୍ତନ ପୈାରାଧକ୍ଷ ଧିରେନ କୁମାର ସାହୁ,ଜ୍ୟୋତିର୍ମୟୀ ବେହେରା,ଜଇରାମ ସେଠୀ,ସରୋଜିନୀ ସେଠୀ,ଦଶରଥ ମଲ୍ଲିକ,ନଗେନ ଜେନା ପ୍ରମୁଖ ଯୋଗଦେଇ ଡଃ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *